ଅର୍ଥାଭାବରୁ ରୋଗ ଯନ୍ତ୍ରଣାରେ ଦୁଇ ନାବାଳକ,ସହାୟତାର ହାତ ବଢ଼ାଇଲେ ବିଧାୟିକା ଓ ପ୍ରଶାସନ।

କୋଦଳା,୨୬/୧୧(ପିପିଟି);ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟକଙ୍କ ରୋଗରୁ ମୁକ୍ତି ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରିଥିଲେ ସୁଦ୍ଧା ବହୁ ଗରିବ ପରିବାର ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋଦଳା ଏନ୍ଏସି ମଧ୍ୟରେ । ଘଟଣା ହେଉଛି ଆମ ଗଣମାଧ୍ୟମ ପ୍ରତିନିଧି ବୁଧବାର ଦେବାନବନ୍ଧ ହୁଡାରେ ଏକ ରୋଗାକ୍ରାନ୍ତ ନାବାଳକ ଘୋଷାରି ହୋଇ ଯାଉଥିବା ସମୟରେ ତାର ତଥ୍ୟ ହାସଲ କରି ପ୍ରାଶାସନ ର ସହଯୋଗ ଆଶା କରିଥିଲେ । ତାର ଘର ର ଠିକଣା ବାହାର କରି କୋଦଳା ଗୋଲାସାହୀ ସ୍ଥିତ ସନ୍ୟାସୀ ପାତ୍ରଙ୍କ ଘରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ନାବାଳକ ବିଷୟ ରେ ପଚାରି ଥିଲେ । ଏହି ସମୟରେ ଘର ପଛ ବାରଣ୍ଡାରେ ଉକ୍ତ ରୋଗାକ୍ରାନ୍ତ ନାବାଳକ ବାବୁ ପାତ୍ର (୧୭)ପଡିରହିଥିଲା । ସେ ଜଡଜଡ କଣ୍ଠ ରେ କିଛି କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇ ନ ଥିଲା । ପରେ ପରେ ବାବୁ ର ମା ଦୁଦୀଆନା ପାତ୍ର ପୁଅ ବିଷୟ ରେ କହିଥିଲେ ଯେ ପିଲାଟି ଦିନରୁ ତାର ମସ୍ତିଷ୍କ ଖରାପ ଥିଲା । ବର୍ତ୍ତମାନ ୬ମାସରୁ ଊର୍ଦ୍ଧ୍ବ ହେବ ମଳକଣ୍ଟକ ଭଳି କଣ ଗୋଟିଏ ବାହାରିଛି, ଅନେକ ଔଷଧ ଦେଉଛୁ କିଛି କମୁନାହିଁ ,ବଡ଼ ମେଡିକାଲ ନେବାକୁ ଅର୍ଥ ନାହିଁ । ଆମେ ପାଞ୍ଚ ପ୍ରାଣୀ ଜଣେ ମୂଲଲାଗି ଆଣିଲେ ପୁରା ପରିବାର ଚଳୁଛି, ପିଲାକୁ ଦେଖାଇବାକୁ ଅର୍ଥ ନାହିଁ । ଆମକୁ ଭଗବାନ ହିଁ ଭରସା । ସେତେବେଳେ ଆମ ପ୍ରତିନିଧି ମେଡିକାଲ ନେବା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି କହିବା ବେଳେ ଉକ୍ତ ସାହିର କିଛି ଯୁବକ ମନୋରଞ୍ଜନ ଡାକୁଆ,ବାବୁ ମୁନି,କାଳିଆ ମୁନି, ସୁଦର୍ଶନ ପ୍ରଧାନ,ଶିବ ପାତ୍ର ଓ ବହୁ ମା ଭଉଣୀ ମେଡିକାଲ ଯିବାପାଇଁ ଉକ୍ତ ପରିବାରକୁ ପ୍ରବର୍ତ୍ତାଇ ଥିଲେ । ଠିକ୍ ସେହି ସମୟ ରେ ଉକ୍ତ ନାବାଳକର ପଡିଶା ଘରେ ଏକ ନାବାଳକ ଦୁରାରୋଗ୍ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ନେଇ ଆମକୁ ଉକ୍ତ ଯୁବକ ମାନେ କହିବା ପରେ ସେଠାକୁ ଯାଇ ଦେଖିଲୁ ଏବଂ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କଲୁ । ନାବାଳକ ନାମ ସନ୍ତୋଷ ପାତ୍ର, ବୟସ ମାତ୍ର ୧୬ ପିତା କାଳିଆ ପାତ୍ର, ମାତା ଜାନକୀ । ପଢିବା ଖେଳିବା ବୟସ ରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ପିଲାର ଜୀବନକୁ ଆଶା ଛଡାଇ ମା ବାପା ଚିନ୍ତାରେ । ଔଷଧ ପାଇଁ ଅର୍ଥ ନାହିଁ । କେବଳ ଔଷଧ ଦୋକାନରୁ କିଛି ଔଷଧ ଦେଇ ବସିଯାଇଛନ୍ତି । ତାଙ୍କୁ ମଧ୍ୟ ମେଡିକାଲ ଯିବାକୁ ପ୍ରସ୍ତୁତ ହେବାକୁ କହିବା ପରେ ଉକ୍ତ ଯୁବକଙ୍କ ସହଯୋଗ ରେ କିଛି ସମୟ ବ୍ୟବଧାନରେ କୋଦଳା ମେଡିକାଲ ରେ ପହଞ୍ଚାଇବା ପରେ ଡାକ୍ତର ପ୍ରାଥମିକ ଚିକିଛା ପରେ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ ନେବା ପାଇଁ ପରାମର୍ଶ ଦେଇଥିଲେ । ଠିକ୍ ସେହି ସମୟରେ କୌଣସି ସୂତ୍ରରୁ ଖବର ପାଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଦୁଇ ରୋଗାକ୍ରାନ୍ତ ନାବାଳକ ପରିବାରକୁ ତାଙ୍କ ପ୍ରତିନିଧିଙ୍କ ହାତରେ ପାଞ୍ଚ ହଜାର ଲେଖାଏ ଆର୍ଥିକ ସହଯୋଗ ଯୋଗାଇବା ସହିତ ଉକ୍ତ ଦୁଇ ନାବାଳକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ଓ ପ୍ରଶାସନ ସ୍ତରରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାସହ ତହସିଲଦାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ଫୋନ ମାଧ୍ୟମ ରେ କହିଥିଲେ । ତହସିଲଦାର ଅବନୀ କୁମାର ସାହୁ ମେଡିକାଲ ରେ ପହଞ୍ଚି ଡାକ୍ତରଙ୍କ ସହିତ ଆଲୋଚନା କରି ନାବାଳକଙ୍କୁ ଦେଖି ତୁରନ୍ତ ୧୦୮ ରେ ବ୍ରହ୍ମପୁର ବଡମେଡିକାଲ ପଠାଇବା ବ୍ୟବସ୍ଥା କରି ସହଯୋଗର ହାତ ବଢାଇ ସରକାରଙ୍କ ନିୟମ ଅନୁଯାଇ ସମ୍ପୂର୍ଣ ସହଯୋଗ କରିବି ବୋଲି କହିଥିବା ଜଣା ପଡିଛି । ଭଗବାନ ଉକ୍ତ ଦୁଇ ନାବାଳକ ଙ୍କୁ ଶୀଘ୍ର ଆରୋଗ୍ୟ କରାନ୍ତୁ ବୋଲି ଆମ ପ୍ରତିନିଧି କହିଛନ୍ତି ।

Comments (0)
Add Comment