ଅର୍ଥାଭାବରୁ ପାଠ ଛାଡିଦେବା ଶୁଣି ସହାୟତାର ହାତ ବଢାଇଲେ,ବିଜୁ ଛାତ୍ରଜନତା ଜିଲ୍ଲା ସଭାପତି।

ରାୟଗଡା,୦୫/୦୬(ପିପିଟି); ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଜାତିଲି ପଂଚାୟତ ଅଧିନ ରଘୁନାଥପୁରର ମେଧାବୀଛାତ୍ରୀ ତୁଳସୀ ଶବର ଅର୍ଥାଭାବରୁ ପାଠରେ ଡୋରି ବାନ୍ଧିବାକୁ ମନସ୍ଥ କରିଥିବାବେଳେ ବିଜୁ ଛାତ୍ରଜନତା ଜିଲ୍ଲା ସଭାପତି ବିଷ୍ଣୁପ୍ରସାଦ ପଣ୍ଡା(ପିଙ୍କୁ) ସହାୟତାର ହାତ ବଢାଇଛନ୍ତି। ଅନଲାଇନରେ ପଢିବାକୁ ଏକ ମୋବାଇଲ ଫୋନ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ପାଠପଢ଼ାର ସମସ୍ତ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତୁଳସୀ ଶବରଙ୍କ ବାପା ଡମ୍ବୁରୁ ଶବରଙ୍କ ମୃତ୍ୟୁ ପରେ ମାଆ ଲକ୍ଷ୍ମୀ ମଜୁରିଆ ଭାବେ କାମକରି 5ଜଣ ପିଲାଙ୍କୁ ପ୍ରତିପୋଷଣ କରୁଥିବା ହେତୁ,ତୁଳସୀର ପାଠ ପଢିବା ପାଇଁ ସମ୍ବଳ ନ ଥିଲା। ଏହିପରି ଏକ ଦୁର୍ଦ୍ଦିନ ସମୟରେ ସହାୟତା କରିଥିବା ପିଙ୍କୁଙ୍କୁ ଏହି ଅଂଚଳରେ ସାଧୁବାଦ ଜଣାଇଛନ୍ତି।

(ରିପୋର୍ଟ- ନବୀନ ନାୟକ ବେହେରା। )

Comments (0)
Add Comment