ଅରକ୍ଷିତଙ୍କ ମହାନତା; ନିଆରା ଢଙ୍ଗରେ ଜନ୍ମଦିନ ପାଳନ ।

ଭଞ୍ଜନଗର, ୨୦/୦୫(ପିପିଟି):ସମାଜର ସେବକ ଭାବେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି ଅରକ୍ଷିତ। ପେସା ଜଣେ ବିଦୂତ ବିଭାଗ ର ସାଧାରଣ କର୍ମଚାରୀ କିନ୍ତୁ ନିଶା ସମାଜ ସେବା । ବାପା ଜଣେ ମନ୍ଦିର ପୂଜକ। କିନ୍ତୁ ସମାଜ ସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି। କେବଳ ସେତିକି ନୁହଁ ଗତ ବର୍ଷ ନିଜ ଜନ୍ମଦିନ ରେ ମୃତ୍ୟୁ ପରେ ନିଜର ସମସ୍ତ ଅଙ୍ଗଦାନ ପାଇଁ ମଧ୍ୟ ନିଷ୍ପତି ନେଇଛନ୍ତି। ସେଥିପାଇଁ ବ୍ରହ୍ମପୁର ବଡ ମେଡିକାଲ ରେ ନିଜ ନାମ ମଧ୍ୟ ପଞ୍ଜିକରଣ କରି ସାରିଛନ୍ତି।ଏମିତି ଜଣେ ନିଆରା ଯୁବ ସମାଜ ସେବି ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗୋଲାପଡା ଗ୍ରାମ ପଞ୍ଚୟତ ନାରାୟଣ ପାଟଣା ଗ୍ରାମ ର ଅରକ୍ଷିତ ପରିଛା । ସେ ପ୍ରତିବର୍ଷ ନିଜ ଜନ୍ମଦିନ ରେ ବ୍ଲଡ଼ ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର, ସ୍ୱାସ୍ଥ୍ୟ ଶିବିର କରନ୍ତି ଆଉ କେବେ ଉପାନ୍ତ ଇଲାକା ର ପିଲାମାନଙ୍କୁ ଆଣି ସହରର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାଇବା ନଜର ଆସିଛି। ଆଜି ମଧ୍ୟ ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ସେ ଦିନ ତମାମ ସେବା କାର୍ଯ୍ୟ କରିଛନ୍ତି। ସକାଳ ସମୟରେ ନିଜଗ୍ରାମ ରେ ବୃକ୍ଷ ରୋପଣ, ମଧ୍ୟାହ୍ନରେ ତନରଡ଼ା ସ୍ଥିତ ବୃଦ୍ଧାଶ୍ରମରେ ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ ତତସହ କୁଷ୍ଟାଶ୍ରମରେ ଅନ୍ତୋବାସୀ ମାନଙ୍କୁ ଖାଦ୍ୟ ଦେଇଛନ୍ତି। କାଳିଆପଲ୍ଲୀ ଗ୍ରାମରେ କୁନିକୁନି ପିଲାମାନଙ୍କୁ ପାଠ୍ୟ ଉପକରଣ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ପରେ ଜଣେ ଶିକ୍ଲିନ ରୋଗୀ ପାଇଁ ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କରେ ନିଜର ରକ୍ତଦାନ କରିବା ସହ କୁଲାଡ଼ ରାଧାଗିରିଧାରୀ ଆଶ୍ରମ ରେ ଏକ ଆଧ୍ୟାତ୍ମିକ ପରିବେଶ ରେ ହରିକଥା ସତସଙ୍ଗର ଆୟୋଜନ କରି ନିଆରା ଢଙ୍ଗରେ ରେ ଜନ୍ମଦିନ ପାଳନ କରିଛନ୍ତି ଅରକ୍ଷିତ। ଏ ସମସ୍ତ କ୍ଷେତ୍ରରେ ବିପଦର ବନ୍ଧୁ ଅନୁଷ୍ଠାନ ସଦସ୍ୟ ମାନେ ସହଯୋଗ କରିଥିଲେ।ସେ କହିବା ମୁତାବକ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ପ୍ରତିଷ୍ଠାତା ଜି. ଶିବରାମ ପାତ୍ରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କର୍ମମୟ ଜୀବନ ରେ ବ୍ୟସ୍ତ ରହୁଥିଲେ ମଧ୍ୟ ଯେକୌଣସି ଜଟିଳ ପରିସ୍ଥିତିରେ ଅସହାୟ ମାନଙ୍କୁ ସେବା ଯୋଗାଇବାରେ ସେ କେବେ ଅବହେଳା କରନ୍ତି ନାହିଁ । ପିଲାଟି ବେଳରୁ ସମାଜ ସେବାରେ ନିଜକୁ ନୟୋଜିତ କରିଛନ୍ତି ଅରକ୍ଷିତ। ଏହା ପରଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ନାରାୟଣ ପାଟଣା ବିଦ୍ୟାଳୟରେ ସବୁଜ ବନାନୀ ସୃଷ୍ଟି କରିବା ରେ ତାଙ୍କର ଭୂମିକା ଥିଲା ଅତୁଳନୀୟ। ରୋଗୀଙ୍କ ସେବା କରିବା ସହ ନିଜେ ପ୍ରାୟ ୧୫ଥର ରକ୍ତଦାନ କରିଛନ୍ତି। ବିଭିନ୍ନ ସ୍ଥାନ ରେ ରକ୍ତଦାନ ଶିବିର ଆୟୋଜନ ମଧ୍ୟ କରନ୍ତି। ଅର୍ଥାଭଵରୁ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ଦେଇ ଉଚ୍ଚ ଶିକ୍ଷା ପ୍ରଦାନ କରନ୍ତି। ରାସ୍ତା କଡରେ ଜୀବନ ଅତିବାହିତ କରୁଥିବା ଅସହାୟ, ଭିକ୍ଷୁକ, ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ମାନଙ୍କୁ ଖାଦ୍ୟ ପୋଷାକ ପ୍ରଦାନ କରନ୍ତି।କେବଳ ସେତିକି ନୁହେଁ ଜୀବନ କାଳ ମଧ୍ୟରେ କରୋନା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ୫୦ରୁ ଅଧିକ ଶବଦାହ ମଧ୍ୟ କରିଛନ୍ତି।ଏଥିପାଇଁ ଅରକ୍ଷିତ ଭଞ୍ଜନଗର ନୁହେଁ ଗଞ୍ଜାମ ଜିଲ୍ଲା ବ୍ୟତୀତ ଆଖପାଖ ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ବର୍ତ୍ତମାନ ସେ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ଉପସଭାପତି ଭାବେ କାର୍ଯ୍ୟ ତୁଲାଉଛନ୍ତି। ସମାଜ ସେବା ପାଇଁ ସେ ବହୁତ ଯୁବକ ଙ୍କୁ ଉତ୍ସାହିତ କରିଆସୁଛନ୍ତି। ଗରିବ ଅସହାୟ ଙ୍କ ମୁଁହରେ ହସ ଫୁଟାଇଲେ ମୋତେ ଆତ୍ମ ସନ୍ତୋଷ ମିଳେ।ଜୀବନ ଥିବା ଯାଏଁ ସେମାନଙ୍କର ସେବା କରିଆସୁଥିବି ବୋଲି ଅରକ୍ଷିତ ନିଜ ଜନ୍ମଦିନ ରେ ମତବ୍ୟକ୍ତ କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment