ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବୋଲଗଡ଼ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ।

ବୋଲଗଡ଼,୨୨/୦୧(ପିପିଟି):ଯେତେବେଳେ ରାଜା ରାମଚନ୍ଦ୍ର ପିତୃ ସତ୍ୟ ପାଳନ କରିବାକୁ ଯାଇ ୧୪ ବର୍ଷ ବନବାସ କରି ଅଯୋଧ୍ୟା ଫେରିଥିଲେ ସେତେବେଳେ ସାରା ଅଯୋଧ୍ୟା ଦୀପ ଜାଳି ତାଙ୍କର ସ୍ୱାଗତ କରିଥିଲେ। ଆଜି ଯେତେବେଳେ ଦିର୍ଘ ୫୦୦ ବର୍ଷ ପରେ ପ୍ରଭୁ ତାଙ୍କ ଜନ୍ମ ସ୍ଥାନ କୁ ଫେରିଛନ୍ତି। ତାଠାରୁ ବଡସୁଖର ମୂହୁର୍ତ୍ତ ବୋଧେ ଇତିହାସ ରେ ଆସିବନାହିଁ।ସେଥିପାଇଁ ପ୍ରତେକ ଗ୍ରାମ ଠାରୁ ସହର କେବଳ ରାମ ହିଁ ରାମ , ରାମ ମୟ ହୋଇ ଉଠିଛି ପରିବେଶ। ସମସ୍ତ ସନାତନୀ ଆଜି ଆନନ୍ଦିତ। ଏପରିକି ରାମ ମୟ ପରିବେଶ ରୁ ବୋଲଗଡ଼ ଅଞ୍ଚଳ କିପରି ଦୂରରେ ରହିବ। ଏହି ପରି ପ୍ରେକ୍ଷୀରେ ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀ ରାମଲାଲାଙ୍କ ପବିତ୍ର ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ହୋଇଥିବା ରୁ ସାରା ଭାରତ ବର୍ଷରେ ଚଳ ଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି। ଏହି ଅବସରରେ ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରତ୍ୟେକ ରାମ ମନ୍ଦିର , ହନୁମାନ ଙ୍କ ମନ୍ଦିର ରେ ଭକ୍ତମାନେ ହୋମ ଓ ପୂଜା ପାଠ କରିବା ସହ ହନୁମାନ ଚାଳିଶା ପାଠ ଓ ନାମ ସଂକୀର୍ତ୍ତନ କରା ଯାଇଛି। ସେହିପରି ପ୍ରତେକ ଘରେ ଘରେ ଦୁଆରେ ସୁଦ୍ଧ ପୁତ ଭାବେ ପୁର୍ଣକଳସ ସ୍ଥାପନ କରି ଦିପଜାଳି ଛନ୍ତି। ଏବଂ ସଂଧ୍ୟାରେ ଦୀପ ଜାଳି ଦୀପାବଳି ପାଳନ କରୁଛନ୍ତି। ଯାହା କି ପ୍ରତେକ ଗ୍ରାମରେ ଉତ୍ସବ ମୁଖର ହୋଇ ଉଠିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment