ଅମୃତା ଫାଉଣ୍ଡେସନର ଚମ୍ପା ମଦର ଆୱାର୍ଡ ପ୍ରଦାନ ଉତ୍ସବ ।

ଜଗତସିଂହପୁର,ତା୧୨/୦୪(ପିପିଟି); ଆଜି ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀ ପ୍ରେକ୍ଷାଳୟ ପରିସରରେ ଅମୃତା ଫାଉଣ୍ଡେସନ ତରଫରୁ ଚମ୍ପା ମଦର ଆୱାର୍ଡ ପ୍ରଦାନ ଉତ୍ସବ ହୋଇଯାଇଛି । ଅମୃତା ଫାଉଣ୍ଡେସନର ଅଧ୍ୟକ୍ଷ୍ୟ ଡ଼: ଅଭୟ କୁମାର ନାୟକଙ୍କ ମା ବିଶିଷ୍ଟ ଆଧ୍ୟାତ୍ମିକବାଦୀ ସ୍ୱର୍ଗତା ଚମ୍ପାଦେବୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ତଥା ସ୍ମୃତି ଉଦ୍ଧେଶ୍ୟରେ ଏହି ଆୱାର୍ଡ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଆୱାର୍ଡ ପ୍ରଦାନ ଉତ୍ସବରେ ଉଦ୍ଘାଟକ ରୂପେ ବିଶିଷ୍ଟ କ୍ରିୟାଯୋଗୀ ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରି ମହାରାଜ ଓ ମୁଖ୍ୟ ଅତିଥିଭାବେ ପାରାଦୀପ ପିପିଏଲର ପ୍ରାକ୍ତନ ଉପଦେଷ୍ଟା ଡ଼:ପୀତବାସ ରାଉତରାୟ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ନାନିତ ଅତିଥି ଭାବରେ ସମାଜସେବୀ ମୁରଲୀଧର ପଳାଇ, ଶିକ୍ଷାବିତ ମନୀନ୍ଦ୍ର ନାଥ ମହାନ୍ତି , ଜିଲ୍ଲା ଶିକ୍ଷାଅଧିକାରୀ ନିରଞ୍ଜନ ବେହେରା , ଜିଲ୍ଲା ପ୍ରକଳ୍ପ ସଂଯୋଜକ ସପନ ଜେନା , ପ୍ରାକ୍ତନ ଅଧ୍ୟାପକ ସୁରେନ୍ଦ୍ରନାଥ ତ୍ରିପାଠୀ ଓ ଶିକ୍ଷାବିତ ଡ଼:ଜ୍ୟୋତିର୍ମୟୀ ମହାନ୍ତି ଯୋଗଦେଇଥିଲେ ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Comments (0)
Add Comment