ଅମିନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

ବେଲଗୁଣ୍ଠା,୨୧/୦୬(ପିପିଟି); ଗଂଜାମ ଜିଲ୍ଲା ସୋରଡ଼ା ସହର ମଧ୍ୟ ରେ ଆଜି ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ କାର୍ଯାରତ ଅମିନଙ୍କୁ ବିଚ ରାସ୍ତା ରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି ଜଣେ ବ୍ୟକ୍ତି । ଆକ୍ରମଣରେ ଗୁରୁତର ଅମିନକୁ ସୋରଡ଼ା ମେଡିକାଲ ରେ ଭର୍ତ୍ତି କରାଇଲେ ସ୍ଥାନୀୟ ଲୋକେ । ସୂଚନା ଅନୁସାରେ ସୋରଡ଼ା ତହସିଲ ଅସୁରବନ୍ଧ ସର୍କିଲର କାର୍ଯ୍ୟରତ ଅମିନ ହେଉଛନ୍ତି ବାଗାତି ଅର୍ଜୁନ ।
ବାଗାତି ଅର୍ଜୁନ ସକାଳ ସମୟରେ ନିଜ କ୍ଵାଟର ରୁ ବାହାରି ବଜାର କୁ ପାରିବ ଆଣିବା ପାଇଁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଥିବା ଲୋକ ମାନେ ଆକ୍ରମଣ କାରିଙ୍କୁ କାବୁ କରି ପୋଲିସ ରେ ଜିମା ଦେଇଥିଲେ। ଏହା ସହ ଗୁରୁତର ଅମିନ ବାଗାତି ଅର୍ଜୁନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ନିମନ୍ତେ ଭର୍ତି କରିଛନ୍ତି । ପୋଲିସ ଦ୍ୱାରା ଅଟକ ଥିବା ବ୍ୟକ୍ତି ଜଣଙ୍କ ଖଜୁରୀପଲି ଗ୍ରାମର କାଁହୁ ଚରଣ ପଟ୍ଟନାୟକ ବୋଲି ଜଣା ପଡ଼ିଛି। ଆକ୍ରମଣ କାରୀ ନିକଟରୁ ଏକ ଧାରୁଆ ଅସ୍ତ୍ର କାତି ଓ ତେଣ୍ଟା ଜବତ କରିଛି ସୋରଡ଼ା ପୋଲିସ। ତେବେ ବ୍ୟକ୍ତି ଜଣଙ୍କ କାହିଁକି ଅମିନଙ୍କ ଉପରେ ଆକ୍ରମଣ କଲା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସୋରଡ଼ା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

(ରିପୋର୍ଟ – ସୁଶାନ୍ତ କୁମାର ବେହେରା ।)

Comments (0)
Add Comment