ଭଞ୍ଜନଗର,୧୪/୧୧(ପିପିଟି); ଆଜି ଦିନ ପ୍ରାୟ ୧୨ଟା ସମୟରେ ଭଞ୍ଜନଗର ବାଉଁଶଲୁଣ୍ଡି ଠାରେ ଥିବା ଅଭିଷେକ ମାର୍ବଲ ଗୋଦାମ ଘରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଦୋକାନ ମାଲିକ ଅଯୋଧ୍ୟା ନାଥ ମହାପାତ୍ରଙ୍କୁ ଖବର ଦେଇଥିଲେ।ଶ୍ରୀ ମହାପାତ୍ର ଅଗ୍ନିଶମ ବିଭାଗକୁ ଏସମ୍ପର୍କରେ ଜଣାଇବା ପରେ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲା।ହେଲେ ସେତେବେଳେକୁ ବହୁ ମୂଲ୍ୟବାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )