ଭୁବନେଶ୍ୱର,୨୭/୦୩(ପିପିଟି):ଗତକାଲି ଝଡ଼ ଏବଂ ପ୍ରବଳ ବର୍ଷା ପରେ ୫ ନମ୍ବର ଓ୍ୱାର୍ଡ ଅନ୍ତର୍ଗତ କେନାଲ ରୋଡରେ ଥିବା ମଞ୍ଚନାଥ ମନ୍ଦିର ସମ୍ମୁଖ ସପ୍ତସତୀ ନଗର ରାସ୍ତା ଉପରେ ଗଛପଡି ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । ଏ ସଂପର୍କରେ ଅଭିଯୋଗ ମିଳିବା ପରେ ସଂଗେ ସଂଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଭୁବନେଶ୍ୱର ମହାନଗର ନିଗମ କମିଶନର ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ମଣ୍ଡଳ ଜୋନାଲ କମିଶନର ମନ୍ମଥ କୁମାର ନାୟକ ସଂଗେ ସଂଗେ ଜେସିବି ଏବଂ ଟିପ୍ପର୍ ସହ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ରାପିଡ୍ ଆକ୍ସନ ଟିମ୍ ଘଟଣାସ୍ଥଳକୁ ପଠାଇଥିଲେ ।ଭାଙ୍ଗିପଡିଥିବା ଗଛକୁ ସଂପୃକ୍ତ ରାଟ୍ ଟିମ୍ ୨ ଘଣ୍ଟା ମଧ୍ୟରେ ସଫା କରିଦେଇଥିଲେ । ଫଳରେ ସେହି ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଅଭିଯୋଗ ପାଇବା ମାତ୍ରେ ବିଏମ୍ ସିର ଏହି ତୁରନ୍ତ ପଦକ୍ଷେପ ପାଇଁ ସ୍ଥାନୀୟ ଲୋକେ ଟିମ୍ ବିଏମ୍ ସିକୁ ଧନ୍ୟବାଦ ଜଣାଇଛନ୍ତି ।
ସୂଚନା ଯୋଗ୍ୟକି, ଆପତ୍ତକାଳୀନ ପରିସ୍ଥିତି ପାଇଁ ବିଏମ୍ ସିର ବିଦ୍ୟୁତ୍, ଡ୍ରେନେଜ ଏବଂ ଗଛ କାଟିବା ପାଇଁ ସ୍ୱତନ୍ତ୍ର ରାପିଡ୍ ଆକ୍ସନ ଟିମ୍ ସହ ଆବଶ୍ୟକ ଯନ୍ତ୍ରପାତି ଓ ଯାନବାହନ ପ୍ରସ୍ତୁତ ହୋଇଥାଏ । ଖବର ପାଇବା ମାତ୍ରେ ତୁରନ୍ତ ପଦକ୍ଷେପ ସମସ୍ତାୟ ସମାଧାନ ପାଇଁ ପଦକ୍ଷେପ ନିଆଯାଏ ।