ଅଭିଯୋଗକୁ ବେଖାତିର, ବୋଲଗଡ଼ ଆର.ଡି ବିଭାଗରେ ମଧୁଚନ୍ଦ୍ରିକାରେ ଚାଲିଛି ଯନ୍ତ୍ରୀ ଓ ଠିକାଦାରଙ୍କ କାର୍ଯ୍ୟ

ବୋଲଗଡ,୦୨/୩ (ପିପିଟି): ଜନସାଧାରଣଙ୍କ ଗମନାଗମନରେ ସୁବିଧା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସବୁଦିନିଆ ସ୍ଥାୟୀ ରାସ୍ତା ନିର୍ମାଣରେ କୋଟିକୋଟି ଟଙ୍କା ମଞ୍ଜୁର କରୁଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ କିଛି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମିଳିମିଶି ଅତି ଚତୁରତାର ସହିତ ଅତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ଓ ବ୍ରିଜ ଗୁଡ଼ିକର କାର୍ଯ ନକରି ମିଥ୍ୟା ବିଲ୍ ଦର୍ଶାଇ ଦୁର୍ନୀତି କରିବା ସହିତ ଟଙ୍କାକୁ ଭାଗୁଆଳି କରି ଲୁଟୁଛନ୍ତି । ଭାତ ହାଣ୍ଡିରେ ଗୋଟିଏ ଭଳି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଆର.ଡି ବିଭାଗର ଚୁଡ଼ା ଏନ ଏଚ ୫୭ ଠାରୁ ଖଲିକୋଟ ଭାୟା ଅସନ ପଲ୍ଲୀ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା।ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଏହି ୫କିଲୋମିଟର ଦର୍ଘ୍ୟ ବିଶିଷ୍ଟ ରାସ୍ତା ପାଇଁ ୨ କୋଟି ୪୫ ଲକ୍ଷ ୬୯ହଜାର ଟଙ୍କା ମଞ୍ଜୁର କରା ଯାଇଛି । ଏହି କାର୍ଯ୍ୟକୁ ଭୁବନେଶ୍ୱର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟ ନିର୍ବାହ କରୁଛନ୍ତି।ପୁରୀ ଜିଲ୍ଲା ପିପିଲି ଅଚଳର ଏ ଏସ କନଷ୍ଟ୍ରସନ୍ ଠିକାଦାର ନିର୍ମାଣ କାର୍ଯ୍ୟ କରୁଛନ୍ତି । ଗତ ୭/୪/୨୦୨୨ରେ କାର୍ଯ୍ୟ ଆରମ୍ଭ କରି ୬/୧/୨୦୨୩ ରିଖରେ କାର୍ଯ୍ୟ ଶେଷ କରିବା କଥା।କାର୍ଯ୍ୟ ଶେଷ ଅବଧି ସରି ଦୁଇ ମାସ ଅତିକ୍ରାନ୍ତ ହୋଇଥିଲା ବେଳେ ମାତ୍ର ଶତକଡା ୩୦ ଭାଗ କାର୍ଯ୍ୟ ହୋଇଛି ।
ଏହି ପ୍ରଧାନ ମନ୍ତ୍ରୀ ରାସ୍ତା କାର୍ଯ୍ୟ ଅତି ନିନ୍ମ ମାନର ଓ ରାତି ଅଧିଆ କରାଯାଉଥିବାରୁ ଚୁଡ଼ା ଗ୍ରାମ୍ୟ କମିଟି ସଭାପତି କୈଳାସ ଚନ୍ଦ୍ର ସାହୁଙ୍କ ସମେତ ଗ୍ରାମ୍ୟ କମିଟି ସଭ୍ୟ ବୃନ୍ଦ ରାଜ୍ୟ ମୁଖ୍ୟମନ୍ତ୍ରୀ ,୫ଟି ସଚିବ,ଗ୍ରାମ୍ୟ ଉନ୍ନୟନ ସଚିବ, ଭିଜିଲାନ୍ସ ଡିଜି ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ୬ଟି ନୂତନ କଲଭଟ ନିର୍ମାଣ ପାଇଁ ଅଟକଳ ଥିବାବେଳେ ଗୋଟିଏ ନୂତନ କଲଭଟ ନିର୍ମାଣ କରି ଆଉ ୫ଟି ପୁରୁଣା କଲ୍ ଭଟ୍ ମରାମତି କରି ନୂତନ ଭାବେ ଦର୍ଶାଇଛନ୍ତି । ପୁରାତନ କଂକ୍ରିଟ ରାସ୍ତା ଉପରେ ୧୦୦ମିଲିମିଟର ଉଚ୍ଚତାରେ ୮୫ଟ୍ରକ ଚିପ୍ସ ,୪୩ ଟ୍ରକ ବାଲି ଓ ୩୯୬୯ ବସ୍ତା ସିମେଣ୍ଟ ଲାଗିବା ସ୍ଥଳେ କେବଳ ଫେବର୍ ଇଟା ବିଛା ଯାଉଛି। ଏହି ପୁରୁଣା କଂକ୍ରିଟ ରାସ୍ତା ଦୁଇ ପାର୍ଶ୍ଵରେ ୩୫ଘନ ମିଟର ମେଣ୍ଟାଲ ଓ ୮ଘନ ମିଟର ବାଲି ପକାଇବା ନିୟମ ଥିବାବେଳେ ଖାଲି ବାଲି ପକାଯାଇ ଫେବର ଇଟା ତାହା ଉପରେ ଥୁଆ ଯାଉଛି ।ସିମେଣ୍ଟ କାର୍ଯ୍ୟରେ ଆଦୌ ପାଣି ଦିଆଯାଉ ନାହିଁ । ଏହା ପୂର୍ବରୁ ତଳବ୍ୟାସ ମାଟି କାମ ରେ ବାଲି ଓ ମୋରମ ମିଶାଇ ୧୦୦ ମିଲି ମିଟର ଉଚ୍ଚତା ଏବଂ ମୋରମ ୭୯୭ ଟ୍ରକ ଓ ବାଲି ୩୪୨ଟ୍ରକ ପକାଇ ତଳ ବ୍ୟେସ ପାଣି ରୋଲିଙ୍ଗି ନିୟମ ଥିବାବେଳେ କେବଳ ପାଙ୍କୁଆ ଚିକିଟା କଳା ବିଲ ମାଟି ପକାଯାଇଛି । ଏହା ବର୍ଷାଦିନେ ରାସ୍ତା ଫାଟିବାର ଜଟେଷ୍ଟ ସମ୍ଭାବନା ରହିଛି । ୨୦୨୮ ମସିହା ଅର୍ଥାତ୍ ୫ବର୍ଷ ଯାଏଁ ଏହି ରାସ୍ତାର ରକ୍ଷଣା ବ୍ୟକ୍ଷଣ ପାଇଁ ୧୯ ଲକ୍ଷ ୨୬ହଜାର ଟଙ୍କା ମଞ୍ଜୁର ହୋଇଥିବାବେଳେ ଠିକାଦାର ଜାଣି ଶୁଣି ଏହି ଟଙ୍କାକୁ ହଡ଼ପ କରିବା ପାଇଁ କାର୍ଯ୍ୟ ବିଳମ୍ବ କରୁଛନ୍ତି । ଏ ସଂକ୍ରାନ୍ତରେ ବୋଲଗଡ ବ୍ଲକ୍ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଠିକାଦାରଙ୍କ ଉପରେ ମୋର କତୃତ୍ୟ ନାହିଁ ଏଣୁ ମୁଁ ନିରୁପାୟ । ତୁରନ୍ତ ବିଭାଗୀୟ ଉଚ୍ଚ କତୃପକ୍ଷ ନିର୍ମାଣ ରାସ୍ତାକୁ ଆସି କାର୍ଯ୍ୟର ଅନୁଧ୍ୟାନ କରି ବିହୀତ ପଦକ୍ଷେପ ନେବାପାଇଁ ଜନ ସାଧାରଣ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଏହି ନିମ୍ନ ମାନର ରାସ୍ତା କାର୍ଯ୍ୟକୁ ବିରୋଧ କରି ଚୁଡ଼ା ଗ୍ରାମ୍ୟ ଦେଇ ଯାଇଥିବା ୫୭ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥକୁ ଅବରୋଧ କରି ରାସ୍ତାରୋକ କରିବା ପାଇଁ ଚେତାବନୀ ଦେଇଛନ୍ତି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment