ଅଭିନବ ଉପାୟରେ ଝିଅର ଜନ୍ମ ଦିନ ପାଳନ କଲେ ଯୁବକ।

ତିର୍ତ୍ତୋଲ,୦୮/୦୨(ପିପିଟି);ଅଭିନବ ଉପାୟରେ ନିଜ ଝିଅର ୨ୟ ଜନ୍ମବାର୍ଷିକୀ ପାଳନ କଲେ ଯୁବ କ୍ରୀଡା ପ୍ରେମୀ ଦେବେନ୍ଦ୍ର ପାଳ । ନନ୍ଦନ ଗ୍ରାମର ଏହି ୩୮ ବୟସ୍କ ଯୁବକଙ୍କ ପେଶା ଜଳଖିଆ ବ୍ୟବସାୟ ଓ ନିଶା କ୍ରିକେଟ ଖେଳ । ବେଶ୍ ଆଡ଼ମ୍ବରରେ ନିଜ ୨ ବର୍ଷର ଝିଅ ସ୍ଵଦେଷ୍ଣା କୁ କୋଳରେ ଧରି ଅତିଥି ମାନଙ୍କ ଗହଣରେ କେକ୍ କାଟିଥିଲେ । କଢାଙ୍ଗ ଗ୍ରାମର କୁମୁଦେଶ୍ଵର ମନ୍ଦିର ସମ୍ମୁଖସ୍ଥ ପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ସମାଜସେବୀ ହିମାଂଶୁ ଭୂଷଣ ମଲ୍ଲିକ, ଅମୀୟ ରଂଜନ ବଳ, ଶିକ୍ଷାଵିତ୍ ଧୀରେନ୍ଦ୍ର ନାଥ ବିଶ୍ଵାଳ,ବେଣୁଧର ବିଶ୍ଵାଳ ଅତିଥି ଭାବେ ଯୋଗ ଦେଇ ରାତ୍ରକାଳୀନ ରବର ବଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ କୁନି ଝିଅକୁ ଆଶିର୍ବାଦ ପ୍ରଦାନ କରିଥିଲେ । ଆତସବାଜି ସହ ଖେଳ ମଝିରେ ଡ୍ଯାନ୍ସଗ୍ରୁପର ନାଚ ଦର୍ଶକଙ୍କୁ ବିଭୋର କରିଥିଲା । ଦେବେନ୍ଦ୍ର ପାଳଙ୍କ ଏତାଦୃଶ କାର୍ଯ୍ୟ କ୍ରୀଡ଼ାପ୍ରେମୀ ପ୍ରଶଂସା କରିବା ଦେଖାଯାଇଛି ।
( ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି)

Comments (0)
Add Comment