ପୋଲସରା ,୧୦/୦୩(ପିପିଟି) : ଅବ୍ୟବସ୍ଥା ଓ ଅସୁବିଧାରେ ଚାଲିଛି ଘୋଡାପଳାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୯୪୫ ସାଲରେ ବିଦ୍ୟାଳୟ ସ୍ଥାପନ ହେବାର ୮୧ ବର୍ଷ ଏଵଂ ଦେଶସ୍ୱାଧୀନ ହେବାର ୭୯ ବର୍ଷ ଅତିବାହିତ ହୋଇଗଲାଣି ଅଥଚ ଆଜି ମଧ୍ୟ ଏହି ଅନୁଷ୍ଠାନରେ ବର୍ତ୍ତମାନ ଅଧ୍ୟୟନରତ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୧୯୯ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବାକୁ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୯ ଜଣଙ୍କ ସ୍ଥାନରେ ୭ ଜଣ ଗୁରୁ ଅଛନ୍ତି। ପୁଣି ଗତ ୨୦୨୫ ସରକାରଙ୍କ ନୂତନ ଭାବେ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ବାଲବାଟିକାରେ ମାତ୍ର ୯ ଜଣ ଶିଶୁମାନେ ରହିଥିବାବେଳେ ସେମାନଙ୍କ ଯତ୍ନ ନେବାପାଇଁ ଶିଶୁ ସେବିକା ନାହାନ୍ତି। ସରକାରଙ୍କ ନିୟମ ଅନୁସାରେ ୩୦ ଜଣ ଶିଶୁବାଟିକା ଶିଶୁମାନଙ୍କ ପାଇଁ ଜଣେ ଶିଶୁବାଟିକା ରହିବେ ମାତ୍ର ବର୍ତ୍ତମାନ ରହିଥିବା ୯ ଜଣ ଶିଶୁବାଟିକା ବାଳକ ବାଳିକାଙ୍କ ସମେତ ପ୍ରଥମ ଶ୍ରେଣୀର ୩ ଜଣ ଓ ଦ୍ୱିତୀୟ ଶ୍ରେଣୀର ୧୫ ଜଣଙ୍କୁ ମିଶାଇ ୨୭ ଜଣ ବାଳକବାଳିକାଥିବାରୁ ମାତ୍ର ସଂଖ୍ୟା ଦୃଷ୍ଟିରୁ ୩ ଜଣ କମ୍ ପିଲା ଥିବାରୁ ଶିଶୁବାଟିକା ନିୟୋଜିତ ହୋଇପାରୁନାହାନ୍ତି। ପୁଣି ପାଠପଢ଼ାଇବାକୁ ହିନ୍ଦି, ସଂସ୍କୃତ, କଳା,କ୍ରୀଡା ଯୋଗ ଶିକ୍ଷକ ବା ଶିକ୍ଷୟତ୍ରୀ ନଥିବା ଏବଂ ଖେଳପଡ଼ିଆ ନ ଥିବାରୁ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି। ଏଥିସହ କ୍ରୀଡାଙ୍ଗନ ନ ଥିବାରୁ ପିଲାମାନେ ସ୍ୱାସ୍ଥ୍ୟ ଜନିତ କ୍ରୀଡା ଏଵଂ ଯୋଗରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟର ଆବଶ୍ୟକ ସ୍ଥାନ ଅଭାବ ଯୋଗୁଁ। ଉକ୍ତ ସମସ୍ୟାକୁ ନେଇ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସେଠୀ ଏବଂ ଛାତ୍ରଛାତ୍ରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯଥାଶୀଘ୍ର ପଦବୀ ଖାଲି ପଡ଼ିଥିବା ୫ ଜଣ ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ସମେତ ଜଣେ ଶିଶୁସେବିକାଙ୍କୁ ବିଦ୍ୟାଳୟରେ ନିୟୋଜିତ ଏବଂ ଗୋଟାଏ ଖେଳପଡ଼ିଆ ଯୋଗାଇଦେବାକୁ ଗଣମାଧ୍ୟମ ଜରିଆରେ ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିକଟରେ ଦାବୀ କରିଛନ୍ତି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ତା