ଭଞ୍ଜନଗର, ୧୨/୦୯(ପିପିଟି ):ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ ଠାରେ ଅବିଭକ୍ତ ଗଞ୍ଜାମ ଖଣ୍ଡାୟତ କ୍ଷତ୍ରିୟ ସମାଜର ସାଙ୍ଗଠନିକ ବୈଠକ ଡ଼. ବାୟାମନୁ ଚର୍ଚ୍ଚିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟତମ ଜିଲ୍ଳା କର୍ମକର୍ତ୍ତା କିଶୋର ଚନ୍ଦ୍ର ପାତ୍ର ଗତ ବୈଠକର ବିବରଣୀ ପାଠ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳକୃଷ୍ଣ ପ୍ରଧାନ, ସୋମନାଥ ନାୟକ, ବଂଶୀଧର ନାୟକ, କୃତିବାସ ବିଶ୍ୱାଳ, ସନ୍ତୋଷ ଜେନା, ବୃନ୍ଦାବନ ଖଟେଇ, ପିତାମ୍ବର ପରିଡା, ନେତାଜୀ ବିଷୋୟୀ, ସନ୍ତୋଷ କୁମାର ନାୟକ, ଶିବ କୁମାର ନାୟକ,ଜଗବନ୍ଧୁ ଜେନା ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ । ସଂଗଠନକୁ ସୁଦୃଢ କରିବା ପାଇଁ ତୃଣମୂଳ ସ୍ତରରୁ ଉଦ୍ୟମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପଛୁଆବର୍ଗର ସମସ୍ତ ସୁବିଧାସୁଯୋଗ ସରକାରୀ ସ୍ତରରେ ମିଳୁ ନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରାଯାଇଥିଲା । ରାଜନୈତିକ ଦୃଷ୍ଟିରୁ ଆମର ବହୁ ସଂଖ୍ୟା ରହିଥିଲେ ମଧ୍ୟ ସେ ହlରରେ ସାମାଜିକ ମାନ୍ୟତା ମିଳୁ ନଥିବା ଯୋଗୁଁ ଦୁଃଖ ପ୍ରକାଶ କରାଯାଇଥିଲା । ଏହି ଅବସରରେ ସର୍ବ ସଂମତିକ୍ରମେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଏଥିରେ ସଭାପତି ସନ୍ତୋଷ ନାୟକ, କାର୍ଯ୍ୟକାରୀ ସଭାପତି ସନ୍ତୋଷ ଜେନା,ଉପ ସଭାପତି ପିତାମ୍ବର ପରିଡା, ସମ୍ପାଦକ ନଗେନ୍ଦ୍ର ନାୟକ,ଜଗବନ୍ଧୁ ଜେନା,ଯୁଗ୍ମ ସମ୍ପାଦକ ନେତାଜୀ ବିଷୋୟୀ,କୋଷାଧ୍ୟକ୍ଷ ଶିବ କୁମାର ନାୟକ ଓ ସୋମନାଥ ନାୟକ, କୃତିବାସ ବିଶ୍ୱାଳ, ବଂଶୀଧର ନାୟକ, ଗୋପାଳକୃଷ୍ଣ ପ୍ରଧାନଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି । ଶେଷରେ ନବନିର୍ବାଚିତ ସମ୍ପାଦକ ଜଗବନ୍ଧୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମଭାବ ସମ୍ପନ୍ନ ଏଗାର ଜାତିର ବହୁ ଜନସାଧାରଣ ଯୋଗ ଦେଇଥିଲେ ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)