ଅବିନାଶ ନାମରେ ଭଞ୍ଜନଗର ଥାନାରେ ଆଉ ଏକ ଠକେଇ ମାମଲା

ଭଞ୍ଜନଗର, ୦୫/୦୮ (ପିପିଟି):ସରକାରୀ ଚାକିରୀ କରେଇଦେବା ନାମ ରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ଦଲାଲ।ବେକାର ଯୁବକ ଯୁବତୀ ମାନେ ସରକାରୀ ଚାକିରୀ ଖଣ୍ଡେ ପାଇବା ପାଇଁ ସବୁ ପ୍ରକାର ରିସ୍କ ନେବାକୁ ପ୍ରସ୍ତୁତ ଅଛନ୍ତି।ଭଞ୍ଜନଗର ମାଲ ସାହି ରଘୁନାଥ କଲୋନୀରେ ରହୁଥିବା ଶରତ ଚନ୍ଦ୍ର ବରାଡ଼ ଠକାମିର ଶିକାର ହେଇଥିବା ଭଞ୍ଜନଗର ଥାନାରେ ଅଭିଯୋଗ କରିଛନ୍ତି।ଏହାକୁ ନେଇ ଭଞ୍ଜନଗର ଥାନାରେ କେସ ନଂ ୬୬୭/୨୩ରେ ଏକ ମାମଲା ରୁଜୁ ହୋଇଛି।ସୂଚନା ମୁତାବକ ଶରତ ନିଜ ଝିଅକୁ ଏଫସିଆଇରେ ଚାକିରୀ କରେଇ ଦେବା ପାଇଁ ଅବିନାଶ ଆଚାର୍ଯ୍ୟକୁ ମାର୍ଚ୍ଚ ୩ରୁ ଜୁଲାଇ ୧୨ତାରିଖ ମଧ୍ୟରେ ନଗଦ ଓ ଫୋନ ପେ ମାଧ୍ୟମରେ ୫ଲକ୍ଷ ୫୦ହଜାର ଟଙ୍କା ଦେଇଥିଲେ।ଅବିନାଶ ଜି. ଉଦୟଗିରି କୋର୍ଟରେ କିରାଣୀ ଭାବେ ଚାକିରୀ କରୁଥିବାରୁ ଶରତଙ୍କର ବିଶ୍ୱାସ ହୋଇଥିଲା।ଅବିନାଶ ୧୪ ଜୁଲାଇରେ ପୋଷ୍ଟିଂ ହେବ ବୋଲି କହିଥିଲେ।ମଝିରେ ମଝିରେ ସେ କିଛି ମିଛ ମେସଜ କରି ବିଶ୍ୱାସ ବଢ଼ାଇଥିଲେ।ହେଲେ ଶରତଙ୍କର ସନ୍ଦେହ ହେବାରୁ ସେ ୧୪ଜୁଲାଇରେ ଭୁବନେଶ୍ୱର ଏଫସିଆଇ କାର୍ଯ୍ୟାଳୟରେ ପହଞ୍ଚି କିଛି ନିଯୁକ୍ତି ହୋଇ ନଥିବା ଖବର ପାଇଥିଲେ।ଏହାପରେ ଶରତ ଅବିନାଶ ସହ ଯୋଗାଯୋଗ କରିବା ପରେ ବିଭିନ୍ନ ଧମକ ଚମକ ଦେଇ ୨୮ଜୁଲାଇ ରେ ଅବିନାଶ ପଇସା ଫେରାଇ ଦେବାକୁ କହି ଦେଇ ନଥିଲା।ତେଣୁ ଠକାମୀ ର ଶିକାର ହୋଇଥିବା ଭାବି ଶରତ ଭଞ୍ଜନଗର ଥାନାରେ ଏସମ୍ପର୍କରେ ଅଭିଯୋଗ କରିଥିଲେ।ପୁଲିସ କେସ ଦାଏର କରି ତଦନ୍ତ ଆରମ୍ଭ କରିଛି।ପୂର୍ବରୁ ଅବିନାଶ ଆଚାର୍ଯ୍ୟ ଅନ୍ୟ ମାନଙ୍କୁ ସରକାରୀ ଚାକିରୀ କରେଇଦେବାକୁ କହି ବହୁ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅବିନାଶ ଭଞ୍ଜନଗର ଫୁଲବାଣୀ ରାସ୍ତାରେ ରହୁଥିବା କୃଷ୍ଣଚନ୍ଦ୍ର ଜେନାଙ୍କ ପୁଅକୁ ପରୀକ୍ଷାରେ ପାସ କରାଇ ଚାକିରୀ ଦେବାକୁ କହି ୧୫ଲକ୍ଷ ଟଙ୍କା ଦାବି କରିଥିଲେ।ହେଲେ କୃଷ୍ଣ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୩ଲକ୍ଷ ଟଙ୍କା ଦେଇ ନିରାଶ ହେବାପରେ ଭଞ୍ଜନଗର ଥାନାରେ ଅବିନାଶ ବିରୁଦ୍ଧରେ ଅଭିଯୋଗ କରିଥିଲେ।ଏହି ଘଟଣାରେ ପୁଲିସ ୬୨୬/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ଅବିନାଶ ଓ ତାର ସହଯୋଗୀ ସୁଭମ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୁଣି ଆଉ ଏକ ଅଭିଯୋଗ ଅବିନାଶ ନାମରେ ଆସିଛି।

Comments (0)
Add Comment