ଅବାଧରେ ଚାଲିଛି ବେଆଇନ ଇଟାଭାଟି : ଜଙ୍ଗଲ ଧ୍ୱଂସ ସାଙ୍ଗକୁ ପରିବେଶ ପ୍ରଦୂଷଣ ଓ ତାପମାତ୍ରା ବୃଦ୍ଧି ।

ଉଲୁଣ୍ଡା,୧୬/୦୩(ପିପିଟି);ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ସହ ପଡିବେଶ ପ୍ରଦୂଷଣ ରୋକିବା ଓ ଜଙ୍ଗଲ ସୁରକ୍ଷା ଦୃଷ୍ଟିରୁ ମାଟି ଇଟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ କଟକଣା ଜାରି କରିଛନ୍ତି ସରକାର । ଏ ସମ୍ପର୍କରେ ଲୋକଙ୍କ ଆଗ୍ରହ ଓ ସଚେତନତା ସୃଷ୍ଟି କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଥିବା ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ସରକାରଙ୍କ ଏହି ଆଭିମୁଖ୍ୟ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଲିଛି। ଜିଲ୍ଲାର ବିରମହରାଜପୁର ଓ ଉଲୁଣ୍ଡା ବ୍ଲକର ବିଭିନ୍ନ ଆରଆଇ ସର୍କଲ ଅଧିନ ଅନେକ ଗ୍ରାମରେ ବେଆଇନ ଇଟାଭାଟି ଦେଖିବାକୁ ମିଳୁଛି । ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ଓ ଶୌଚାଳୟ ନିର୍ମାଣ ପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବ୍ୟବସାୟରେ ଲିପ୍ତ ଅନେକ ଅସାଧୁ ଇଟା ବ୍ୟବସାୟୀ ମାନେ ବନବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀ ମାନଙ୍କ ସହ ହାତ କରି ଇଟାଭାଟି ତିଆରି କରୁଛନ୍ତି । ଫଳରେ ବ୍ୟାପକ ମୂଲ୍ୟବାନ ଜଙ୍ଗଲ ନଷ୍ଟ ହେବା ସହ ପରିବେଶ ପ୍ରଦୂଷଣ,ତାପମାତ୍ରା ବୃଦ୍ଧି ସାଙ୍ଗକୁ ସରକାରଙ୍କ ରାଜସ୍ବ କ୍ଷତି ଘଟୁଛି । ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment