ଅବହେଳିତ ହସ୍ତିନୀ ଦେବୀଙ୍କ ପୀଠ ବା ହାତିଆସୁଣି ପୀଠର ଉନ୍ନତି କରଣ ପାଇଁ ଦାବି ।

ବୋଲଗଡ଼,୦୪/୧୦(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗର ଗାଁ ପଞ୍ଚାୟତର ସାଗର ଗାଁ ଗ୍ରାମର ହସ୍ତିନୀଦେବୀ ପୀଠ ହେଉଛି ବହୁ ପ୍ରାଚୀନ ଓ ଐତିହାସିକ। ମା ହସ୍ତିନୀଙ୍କ ର ବିଜେସ୍ତଳୀ, କାହିଁ କେଉଁ କାଳରୁ ରହିଆସିଛି ଏହି ଛୋଟିଆ ମନ୍ଦିର । ପ୍ରକୃତି ରାଣୀ ସଜାଇ ଦେଇଛି ଏହି ମନୋରମ ପାକୃତିକ ସୌନ୍ଦର୍ଯ୍ୟ, ଝରଣାର କୁଳୁକୁଳୁ ନାଦ, ଚଢେଇ ର କିଚିରିମିଚିରି ଶବ୍ଦ। ଏହି ଅଞ୍ଚଳର ଶ୍ରଦ୍ଧାଳୁ ମାନଙ୍କର ମାନସିକ ପୂରଣ ହେବା ର ସଂପୁର୍ଣ ଆଶା ଓ ବିଶ୍ୱାସର ପ୍ରତୀକ ଏହି ପୀଠ । ସେଇଥିପାଇଁ ବାରମାସ ଯାକ ଶହଶହ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମିଯାଏ । ଏଠାରେ ଲୋକ କଥା ଅନୁସାରେ ବିଭିନ୍ନ କିମ୍ବଦନ୍ତୀ ଦେଖିବାକୁ ମିଳେ । ଆଧୁନିକ ଯୁଗରେ ସେଲ୍ଫି ନେବାପାଇଁ ଓ ନିରାମିଷ ଭୋଜିଭାତ କରିବା ପାଇଁ ବହୁବର୍ଗଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇନଥିଲେ ମଧ୍ୟ ଏହି ଅଞ୍ଚଳରେ ଜନସାଧାରଣ ରେ ସାଂସ୍କୃତିକ ପୀଠ ଭାବରେ ଗୁରୁତ୍ବ ଦେଇଥାନ୍ତି। ତତସହିତ ଏଠାରେ ବହୁ ସମସ୍ୟା ଦେଖିବାକୁ ମିଳିଛି ଏହିପରି ସମସ୍ୟା ଗୁଡିକ ମଧ୍ୟରେ ମନ୍ଦିରର ଉନ୍ନତିକରଣ, ଗମନା ଗମନ, ପାନୀୟ ଜଳ ,ଖରା ବର୍ଷାର ଆଶ୍ରୟପାଇଁ ପକ୍କାଘରର ସମସ୍ୟା ରହିଛି । ଏହି ସମସ୍ୟା ଗୁଡିକପ୍ରତି ଜିଲ୍ଲା ପ୍ରଶାସନ ଓ ସ୍ତାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସାମାଜିକ କର୍ମୀ, ବୁଦ୍ଧିଜିବୀ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣରେ ଦାବି କରିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment