୨୧/୧୧(ପିପିଟି):- ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅନେକ ଲୋକ ମାନଙ୍କ କାର୍ଯ୍ୟରେ ଲାଗୁଚି ହେଲେ ଏମିତି ଏକ ଗ୍ରାମ ରହିଛି ଯାହାକି ସରକାର କିମ୍ବା ପ୍ରଶାସନର ଦୃଷ୍ଟିରେ ପଡୁନି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଜିଲ୍ଲା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପଥରପୁଞ୍ଜି ଗ୍ରାମରେ ପକ୍କା ସଡ଼କ କେବେ ତାହା ଏବେ ବଡ଼ ପ୍ରଶ୍ନ । ପିଢ଼ି ପରେ ପିଢ଼ି କେତେ ଆସି କେତେ ଗଲେଣି ହେଲେ ଗ୍ରାମକୁ ଆଜି ପର୍ଯ୍ୟନ୍ତ ପକ୍କା ସଡ଼କ ଟିଏ ହୋଇପାରିଲା ନାହିଁ । ରାଜ୍ୟ ସରକାର ଭାରତ ବର୍ଷରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ନିର୍ବାଚନ ଜିଲ୍ଲାରେ ଏଭଳି ଏକ ବିକଲ ଚିତ୍ର ଦେଖିବାକୁ ମିଳିଛି । ପଥରପୁଞ୍ଜି ଗ୍ରାମ ଯାହାକି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଁ କାଳୀଙ୍କ ଦଣ୍ଡନାଚ ସେହି ଗ୍ରାମରେ ହୋଇଥାଏ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସେହି ରାସ୍ତା ଦେଇ ଆସୁଛନ୍ତି ହେଲେ କାହାର ନଜର ରାସ୍ତାରେ ପଡୁନାହିଁ । ଗ୍ରାମବାସୀ ଅନେକ ବାର ପ୍ରଶାସନ କୁ ଏହି ବିଷୟରେ ଅବଗତ କରାଇଥିଲେ ମଧ୍ୟ ଗ୍ରାମରେ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଟିଏ ହୋଇପାରିଲା ନାହିଁ । ସ୍ବାସ୍ଥ୍ୟ ବ୍ୟବସ୍ଥା , ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି ଏହି ଗ୍ରାମରେ । ନିର୍ବାଚନ ପାଖେଇ ଆସୁଥିଲେ ରାସ୍ତାରେ କିଛି ମୁରୁମ୍ ପକାଇ ବାହା ବାହା ମାରୁଛନ୍ତି ପ୍ରଶାସନ । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଗ୍ରାମକୁ ପକ୍କା ସଡ଼କ କେବେ ? କେବେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ ତାହା ଏବେ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି । ତେବେ ସୂଚନାରୁ ଜଣାପଡିଛି ଯେ ଆଗାମୀ ଦିନରେ ଯଦି ଗ୍ରାମକୁ ପକ୍କା ସଡ଼କ ନ ହେବ ଗ୍ରାମବାସୀ ଆନ୍ଦୋଳନ କରିବା ଚେତାବନୀ ଦେଇଛନ୍ତି ।
ରିପୋର୍ଟ -:- ଆରତ କୁମାର ହୋତା