ଅବହେଳିତ ଅବସ୍ଥାରେ ଦୁର୍ବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ।

ହିଞ୍ଜିଳିକାଟୁ ୧୮/୦୪(ପିପିଟି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ବିଷୟ କହିଲେ ନସରେ । ପୂର୍ବେ ନବୀନ ବାବୁଙ୍କ ନାମ ତଳକୁ ହେବ ବୋଲି କହି ବହୁ ଦୁର୍ନୀତି ହେଉଥିଲା । ବର୍ତ୍ତମାନ ତାହାର ଅବସ୍ଥା ଗୁରୁତର । ହିଞ୍ଜିଳି ବ୍ଳକରେ ନବୀନ ବାବୁଙ୍କ ଅମଳରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦିତ ହୋଇଛି । କିନ୍ତୁ ସ୍ବାସ୍ଥ୍ୟ ସେବାକୁ ନେଇ ଉଭୟ ବିଜଦ ଓ ବିଜେପି ଡିମିଡିମ ପିଟୁଥିବା ବେଳେ ବର୍ତ୍ତମାନ ହିଞ୍ଜିଳି ବ୍ଳକର ଦୁର୍ବନ୍ଧ ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟ ସେବା କେନ୍ଦ୍ରର ବିକଳ ଚିତ୍ର କହିଲେ ନ ସରେ ।ସ୍ବାସ୍ଥ୍ୟ ସେବା କେନ୍ଦ୍ରର ନିର୍ମାଣ ହୋଇସାରିଥିଲେ ମଧ୍ୟ ଆର୍ଥିକ ବର୍ଷ ୨୨ /୨୩ ରେ ନାଗରିକ ସୂଚନା ଫଳକ ପ୍ରକାରେ ଉକ୍ତ କେନ୍ଦ୍ରର ପାଚେରୀ ନିର୍ମାଣ ,ବିଦ୍ୟୁତ ସଂଯୋଗ କରଣ ତଥା ବିଦ୍ୟୁତ କରଣ ଜଳ ସଂଯୋଗ କରଣ ଓ ପରିମଳ ବ୍ଯବସ୍ଥା ପାଇଁ ୪,୩୩,୯୨୪ ଟଙ୍କା ଯୋଗାଣ ହୋଇଥିଲେ ମଧ୍ୟ ସେହି ସ୍ବାସ୍ଥ୍ୟ କେନ୍ଦ୍ରରେ ଜଳ ସଂଯୋଗ, ବିଦ୍ଯୁତ ସଂଯୋଗ ଓ ପାଚେରୀ ନିର୍ମାଣ ଅଦ୍ୟାବଧି ହୋଇନାହିଁ । ଏପରିକି ପରିମଳ ବ୍ଯବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଉକ୍ତ ସୁଚନାଫଳକ ପ୍ରକାରେ କାର୍ଯ୍ଯକାରିତା ପ୍ରାୟ ବର୍ଷ ୨ବର୍ଷ ଉପରେ ଥିଲେ ମଧ୍ୟ ଏହି ସବୁ କାର୍ଯ୍ଯ ନିର୍ମାଣର ସମୟ ସୀମା, ନାଗରିକ ସୂଚନାଫଳକରେ ଲେଖା ନଯିବା ,ସ୍ବାସ୍ଥ୍ୟ ସେବା ଚାଲୁ ରହିଥିଲେ ମଧ୍ୟ ବିଦ୍ଯୁତ ସଂଯୋଗ କରଣ ,ଜଳ ଯୋଗାଣ ,ଓ ପାଚେରୀ ନିର୍ମାଣ ହୋଇନଥିବାରୁ ଉଭୟ ସ୍ବାସ୍ଥ୍ୟ କର୍ମୀ ଓ ଚିକିତ୍ସା ହେବାକୁ ଆସୁଥିବା ରୋଗୀ ମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ହିଞ୍ଜିଳି ବ୍ଳକ ଅଧିନ ବୈଷୟିକ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଘଟଣା ହୋଇଛି ବୋଲି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସ୍ବାସ୍ଥ୍ୟ କେନ୍ଦ୍ର ଭଳି ସ୍ବର୍ଶକାତର ବିଭାଗକୁ ଏଭଳି ଅବହେଳା କରାଯିବା ଉଚିତ ନୁହେଁ ବୋଲି ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଉକ୍ତ ବିଷୟକୁ କେନ୍ଦ୍ର କରି ତୁରନ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ନେଇ ସାଧାରଣରେ ଦାବୀ ହୋଇଛି ।

Comments (0)
Add Comment