ମାଲକାନଗିରି,୦୨/୦୪(ପିପିଟି) :ଭାରତୀୟ ସେନା ବାହିନୀରେ ସୈନିକ ଭାବେ ଦୀର୍ଘ ୧୭ ବର୍ଷ ସେବା ଯୋଗାଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଚାଲାଣ ଗୁଡା ପଞ୍ଚାୟତର ଅକ୍ଷାତ ପଲ୍ଲୀ ଆଲୁରୁ ଗ୍ରାମର ଗଙ୍ଗାଧର ଧୁରୁଆ ଆଜି ଅବସର ନେଇ ନିଜ ଜନ୍ମଭୂମିକୁ ଫେରିଛନ୍ତି। ଆଜି ତାଙ୍କୁ ସ୍ବାଗତ କରିବା ପାଇଁ ୩ ଗୋଟିଏ ପଞ୍ଚାୟତ ର ଆବାଳ ବୃଦ୍ଧ ବନିତା ପୁଷ୍ପ ମାଲ୍ଯ ଅର୍ପଣ କରି ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଅବସରପ୍ରାପ୍ତ ଯବାନ ଗଙ୍ଗାଧାରୁଆ ନିଜ ବନ୍ଧୁ ପରିଜନଙ୍କୁ ପାଇଁ ଭାବ ବିହ୍ୱଳ ହୋଇ ପଡିଥିଲେ। ତାଙ୍କୁ ଅତି ନିକଟରେ ପାଇ ପୁଷ୍ପ ମାଲ୍ଯ ଅର୍ପଣ ସହିତ ଆଲିଙ୍ଗନ ମଧ୍ୟ କରିଥିଲେ। ନୃତ୍ୟ ଓ ବାଦ୍ୟର ତାଳେ ତାଳେ ତାଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶ୍ରୀ ଧୁରୁଆ ୨୦୦୮ ମସିହାରେ ଭାରତୀୟ ସୈନ୍ୟ ବିଭାଗରେ ଯୋଗ ଦାନ କରିଥିଲେ। ଏବଂ ୨୦୨୫ ଏପ୍ରିଲ ୨ ତାରିଖ ରେ ସେବାରୁ ଅବସର ନେଇ ନିଜ ମାତୃ ଭୂମି ଆଲୁରୁ ଗ୍ରାମକୁ ପ୍ରତ୍ୟାବର୍ତ୍ତନ
କରିଥିଲେ। ସେ କହିଲେ ଦେଶ ମାତୃକାର ସେବା ପାଇଁ ପ୍ରତ୍ୟେକ ଯୁବକ ଭାରତୀୟ ସେନା ବାହିନୀ ରେ ଯୋଗଦେବା
ଉଚିତ। ଦିନେ ନା ଦିନେ ସମସ୍ତେ ମୃତ୍ୟୁ ବରଣ କରିବା, ମାତ୍ର ଦେଶ ପାଇଁ ମରିବା ଠାରୁ ଗର୍ବ ଓ ଗୌରବ ଆଉ କଣ ହୋଇ ପାରେ। ସେ ନିଜକୁ ଧନ୍ୟ ମନେ କରନ୍ତି ଯେ ଆର୍ମି ଭଳି ଏକ ସମ୍ମାନ ସ୍ପଦ ବିଭାଗରେ ଯୋଗ ଦେଇଥିଲେ। ଏଣୁ ଯୁବସମାଜ
ସମାଜକୁ ଅନୁରୋଧ କରିଥିଲେ, ଏହି ବିଭାଗରେ ଯୋଗ ଦେବା
ପାଇଁ।ସେ ତାଙ୍କ ବାପା ପ୍ରଦୀପ ଧୁରୁଆ ଓ ମା’ର ମଞ୍ଜୁରୀ ଙ୍କୁ
ଶତ ଶତ ବାର ପ୍ରଣାମ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ।
ତାଙ୍କୁ ଜନ୍ମ ଦେଇ ଦେଶ ସେବା ଲାଗି ସାହସ ଓ ମନୋବଳକୁ
ସୁଦୃଢ କରିଥିଲେ।
ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ଚାଲାଣଗୁଡା ସରପଞ୍ଚ ଅରକ୍ଷିତ ନାୟକ, ପୂର୍ବତନ ସରପଞ୍ଚ ଇର୍ମା ପଡିଆମୀ,ଦେବ ଧୁରୁଆ,ମୁନା
ମାଡକାମୀ, ଇର୍ମା କବାସି, ବିଶ୍ବନାଥ ଧୁରୁଆ,ପଦିଆ କବାସି,ଜଗା ସୋଡି,ମୁନା ପଣ୍ଡା ପ୍ରମୁଖ ଯୋଗ ଦେଇ ଗଙ୍ଗାଧର
ଧୁରୁଆଙ୍କ କୃତିତ୍ୱ ଉପରେ ଆଲୋକପାତ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)