ପୋଲସରା,୦୨/୦୮ (ପିପିଟି): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବେଠିଆବୋରଦା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନୀଳାଦ୍ରି ବିହାରୀ ପ୍ରଧାନ ଗତ ୩୧/୭/୨୬ ତାରିଖ ଦିନ ଅବସର ଗ୍ରହଣ କରିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ଏନଏସି କାର୍ଯ୍ୟନର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ତାଳସାକର ହାଇ ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଏବଂ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବରାମ ଜେନା ଓ କାମରାକୁ ସାହାଣୀ, ଭାରପ୍ରାପ୍ତ ଏବିଇଓ ରବୀନ୍ଦ୍ର ବେହେରା, ତାଳସାକାର ୟୁ ପି ସ୍କୁଲ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ, ତାଳସାକର କ୍ଲଷ୍ଟର ସିଆରସିସି ଦିଲ୍ଲୀପ କୁମାର ବେହେରା, ବୁଗୁଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କୁମାର ଖାଡ଼ଙ୍ଗା, ଏସଏମସି ସଭାନେତ୍ରୀ ବନିତା କୁମାରୀ ଗୌଡ ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ବୃନ୍ଦଙ୍କ ସହ ବିଦ୍ୟାଳୟର ସହକର୍ମୀ ଶିକ୍ଷକ ବୃନ୍ଦ ଯୋଗଦେଇଥିଲେ। ଅତିଥି ବୃନ୍ଦ, ଗ୍ରାମବାସୀ ବୃଣ ଓ ଛାତ୍ରଛାତ୍ରୀ ବୃନ୍ଦ ଅବସର ଗ୍ରହଣ କରିଥିବା ଶିକ୍ଷକ ନୀଳାଦ୍ରି ବିହାରୀ ପ୍ରଧାନଙ୍କ ଅବସର କାଳୀନ ସମୟ ଶାନ୍ତିରେ କଟିବା ପାଇଁ କାମନା କରିବା ସହ ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ କରିଥିଲେ। ଏହି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ଗ୍ରାମ ପରିକ୍ରମା କରିବା ସହ ବାଜାବଜାଇ ଓ ମହିଳା ମାନେ ବନ୍ଦାପନା କରି ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା