ଅବସର ଗ୍ରହଣ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୦୧/୦୫(ପିପିଟି) :ଗତକାଲି ଲେବ ସୁବର୍ଣ୍ଣପୁର ଜିଲ୍ଲା ରକ୍ତଭଣ୍ଡାରର ଲେବ ଟେକ୍ନିସିଏନ ସୁବାସ ଚନ୍ଦ୍ର ପଣ୍ଡା ନିଜର ଚାକିରି ଜୀବନ ରୁ ଅବସର ଗ୍ରହଣ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ରେ ବହୁ ବର୍ଷ ଧରି କାର୍ଯ୍ୟରତ ଥିବା ଲେବ ଟେକ୍ନିସିଏନ ସୁବାସ ଚନ୍ଦ୍ର ପଣ୍ଡା ନିଜର ଚାକିରି ଜୀବନ ରୁ ଅବସର ଗ୍ରହଣ କରିଥିବା ଅବସର ରେ ଜିଲ୍ଲା ରକ୍ତ ଦାତା ସେବା ସଂଘ ଓ ଜିଲ୍ଲା ରକ୍ତ କେନ୍ଦ୍ର ର ମିଳିତ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା । ଏହି ରକ୍ତ ଦାନ ଶିବିର ରେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଦୁର୍ଗା ଦତ୍ତ ଦାଶ, ରକ୍ତ କେନ୍ଦ୍ର ଅଧିକାରୀ ମାନସ ଦାଶ, ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସୁବାସ ଚନ୍ଦ୍ର ପଣ୍ଡା ଙ୍କ ଅବସର ଜୀବନ ଅତି ସୁଖରେ ଅତିବାହିତ ହେଉ ବୋଲି ମା ସୁରେଶ୍ଵରୀ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରକ୍ତ କେନ୍ଦ୍ର ର ଜଗତ ଦରୁଆନ, ଟିଟୁ ଭୋଇ, ରେବତୀ ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ଓ ରକ୍ତ ଦାତା ଉପସ୍ଥିତ ଥିଲେ । ଏହି ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା l ୩ଜଣ ମହିଳା ଙ୍କ ସମେତ ସମୁଦାୟ ୨୩ ଜଣ ରକ୍ତ ଦାତା ରକ୍ତ ଦାନ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment