ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ।

କୋଦଳା,୦୧/୦୫(ପିପିଟି): ମଙ୍ଗଳବାର ଦିନ କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ମଣି ଚରଣ ଶତପଥିଙ୍କ ଅବସର କାଳୀନ ସଭାରେ ମହାବିଦ୍ୟାଳୟ ଅଧ୍ଯକ୍ଷ ରଘୁନାଥ ମୁଦୁଲି ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି, ସ୍ୱତନ୍ତ୍ର ଅତିଥି ଭାବେ ପରିଚାଳନା ପରିଷଦର ସଭାପତି ଏସ ସୂର୍ଯ୍ୟନାରାୟଣ ଦୋରା ଯୋଗଦେଇଥିବା ବେଳେ ଅବସର ପ୍ରାପ୍ତ ଇତିହାସ ବିଭାଗ ଅଧ୍ୟାପକ ଚୈତନ୍ୟ ପ୍ରଧାନ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ । ମୁଖ୍ୟ କିରାଣୀଙ୍କ ସହ ଦୀର୍ଘଦିନର ଅନୁଭୂତିକୁ ନେଇ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମକର୍ତ୍ତାଙ୍କ ଦ୍ୱାରା ସୃତିଚାରଣ କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Comments (0)
Add Comment