ଅବସରପ୍ରାପ୍ତ ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀ ବାରୁଣୀ ସେଠୀଙ୍କ ଦେହାନ୍ତ ।

ଯାଜପୁର,୨୧/୦୫(ପିପିଟି): ଯାଜପୁର ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବାରୁଣୀ ସେଠୀଙ୍କ ଗତକାଲି ରାତ୍ର ୧୦.୦୦ ଘଟିକା ସମୟରେ ୬୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ଯକୃତ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୧ ମାସ ହେବ ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଥିଲେ। ସ୍ବର୍ଗତ ବାରୁଣୀ ସେଠୀ କର୍ତ୍ତବ୍ୟନିଷ୍ଠ, କର୍ତ୍ତବ୍ୟ ପରାୟଣ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତିତ୍ଵ ଥିଲେ। ତାଙ୍କର ଅନ୍ତେଷ୍ଟିକ୍ରିୟା ବାରୁଣୀ ମହା ଶ୍ମଶାନ ଠାରେ ସମ୍ପନ୍ନ ହୋଇଅଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ଓ ୪ ଜଣ ଝିଅ ଜ୍ବାଇଁ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ଏକ ଶୋକସଭା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। ଶୋକସଭାରେ ସତ୍ୟଜିତ ନାୟକ, ହରପ୍ରିୟା ସାହୁ,ରତିକାନ୍ତ ମହାନ୍ତି, ଅଜିତ୍ କୁମାର ବେହେରା, ସାଗର କୁମାର ନାୟକ,ପ୍ରିତିରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment