ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ।

ଭଞ୍ଜନଗର, ୧୬/୦୬(ପିପିଟି):ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ଗୃହ ଠାରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକର ସମସ୍ତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ସଭାପତି ବିଭୁତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିଭାବେ ରାଜ୍ୟ ସଂଘ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଯୋଗଦେଇ ପେନସେନ ଉପରେ କେନ୍ଦ୍ର ସରକାର ନେବାକୁ ଯାଉଥିବା ବିଭିନ୍ନ ବିଷୟରେ ରହିଥିବା ଅସୁବିଧା ଓ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ । ଭବିଷ୍ୟତରେ ଏହାର ପ୍ରଭାଵରେ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ପେନସନରେ କୌଣସି ପ୍ରକାର ସୁବିଧା ନଥିବା ଦର୍ଶାଇ ଥିଲେ । ଏହାକୁ ନେଇ ପରବର୍ତ୍ତୀ ଦିନରେ ଏକ ବଡ ଧରଣର ସମାବେଶ ସହ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଜଣାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ସ୍ୱାଗତ ଭାଷଣ ସହ ଏହାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିସହ ସଚେତନତା ରଥ ମାଧ୍ୟମରେ ବ୍ରହ୍ମପୁର ଠାରୁ ଫୁଲବାଣୀ ଭାୟା ଆସ୍କା, ଭଞ୍ଜନଗର ଦେଇ ପ୍ରସ୍ତାବିତ ରେଳ ଲାଇନ କାର୍ଯ୍ୟକୁ ସଂଘ ସମ୍ପୂର୍ଣ୍ଣ ସ୍ୱାଗତ କରିବା ସହ ସମର୍ଥନ କରାଯାଇଥିଲା । ଏଥିରେ କବିରାଜ ପୋଲେଇ, ଜଗବନ୍ଧୁ ଜେନା, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଜୟଦେବ ତାରିଣୀ, ଅମରବିଳାସ ବେହେରା, ଅନୁପମ ବାନାର୍ଜୀ, ଅନିଲ କୁମାର ପଣ୍ଡା, ସନ୍ତୋଷ କୁମାର ଜେନା, ପର୍ଶୁରାମ ସ୍ୱାଇଁ, ରିତାରାଣୀ ମହାପାତ୍ର, ବିପିନ ବିହାରୀ ପାଢ଼ୀ, ସୁରେଶ ଚନ୍ଦ୍ର ସ୍ୱାଇଁ, ଶ୍ୟାମ ସୁନ୍ଦର ରଣସିଂହ, ଅଭିମନ୍ୟୁ ପଣ୍ଡା, ଗୋପାଳ ଚନ୍ଦ୍ର ସ୍ୱାଇଁ, ବନମାଳୀ ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଶତାଧିକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସନ୍ତୋଷ ଜେନା ସଂଯୋଜନା କରିଥିବା ବେଳେ ସୁବାସ ଚନ୍ଦ୍ର ତାରିଣୀ ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment