ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ ।

କନ୍ଧମାଳ,୦୨/୦୪(ପିପିଟି): କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ସାହୁଙ୍କର ଅକାଳ ବିୟୋଗ ଘଟିଛି । ସେ ଜଣେ କର୍ତ୍ତବ୍ୟ ନିଷ୍ଠ ସମୟାନୁବର୍ତ୍ତିତା ଶିକ୍ଷକ ଥିଲେ, କର୍ମମୟ ଜୀବନରେ ସେ ସଚ୍ଚୋଟ, ମିଷ୍ଟଭାଷୀ ଓ କର୍ମତତ୍ପର ବ୍ୟକ୍ତି ଭାବେ ଜଣା ଶୁଣା ଥିଲେ, ଜିଲ୍ଲାର ବିଭିନ୍ନ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କୁ ନିରବଚ୍ଛିନ୍ନ ଭାବେ ଶିକ୍ଷା ଦାନ କରିଥିଲେ,ଫିରିଙ୍ଗିଆ ବ୍ଲକ ରେ ମଧ୍ୟ କିଛି ଦିନ ରହି ଲୋକଙ୍କ ପ୍ରିୟ ପାତ୍ର ହୋଇଥିଲେ ,ଗତ କିଛି ମାସ ତଳେ ସେ ଖଜୁରୀପଡା ବ୍ଲକରେ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ନିଜ ପୈତୃକ ଗ୍ରାମ ସୋନପୁର ନିଆଯାଇ ସେଠାରେ ଶୋକାକୁଳ ପରିବେଶ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକମାତ୍ର ପୁତ୍ର ୟୂଥ ଅଫ୍ କନ୍ଧମାଳ ସଭାପତି ଅଂଶୁମାନ ପ୍ରିୟଦର୍ଶନ ମୁଖାଗ୍ନି ଦେଇଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment