ଅବସରପ୍ରାପ୍ତ ଯବାନଙ୍କୁ ନିଜ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା।

ପୋଲସରା,୦୪/୦୭ (ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ କେନ୍ଦୁବାଡି ଗ୍ରାମର ଗଙ୍ଗାଧର ଭୂୟାଁ ଭାରତୀୟ ସେନାରେ ଦୀର୍ଘ ୨୪ ବର୍ଷ ଧରି ଦେଶ ସେବାରେ ନିଜକୁ ନିୟୋଜିତ କରି ଅବସର ଗ୍ରହଣ କରି ୦୩ ତାରିଖରେ ନିଜ ଗ୍ରାମ କେନ୍ଦୁବାଡିରେ ପହଞ୍ଚିଥିଲେ। ନିଜ ଗ୍ରାମ ତଥା ଜନ୍ମ ମାଟିରେ ପହଁଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବା ପାଇଁ ଗ୍ରାମ ବାସୀଙ୍କ ତରଫରୁ ଏକ ସ୍ବାଗତ ରଥର ଆୟୋଜନ କରାଯାଇ କେନ୍ଦୁବାଡି ଗ୍ରାମର ପ୍ରତ୍ୟେକ ସାହି ପରିକ୍ରମା କରାଯାଇଥିଲା। ଏହାପରେ ଗ୍ରାମର ପାଠାଗାର ଠାରେ ପୂର୍ବତନ ସରପଞ୍ଚ ବିଜୟ କୁମାର ସ୍ବାଇଁ, ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଡକ୍ଟର ସ୍ଥିତଧୀ ରଥ, ସିଆରପିଏଫ ଯବାନ କୃଷ୍ଣ ଭୂୟାଁ, ଭାରତୀୟ ସେନାର ଯବାନ ମଣ୍ଟୁ ବିଷୋୟୀ, ସମାଜସେବୀ ଭଗବାନ ମହାନ୍ତି, ମୁନା ଭୂୟାଁ, ପପୁ ବିଷୋୟୀ ପ୍ରମୁଖ ଅବସରପ୍ରାପ୍ତ ଯବାନ ଗଙ୍ଗାଧରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ତଥା ଯୁବକ ଗୋଷ୍ଠୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment