ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଉରୀବନ୍ଧୁ ନାୟକଙ୍କ ଦେହାନ୍ତ।

କବିସୂର୍ଯ୍ୟନଗର,୨୧/୦୬(ପିପିଟି):କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପିଠାପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଉରୀବନ୍ଧୁ ନାୟକଙ୍କ ଜୁନ୍ ୧୮ ତାରିଖ ଦିନ ପୂର୍ବାହ୍ନ ୧୧ ଘଣ୍ଟ ୩୦ମିନିଟ ସମୟରେ ଦେହାନ୍ତ ହୋଇଯାଇଛି। ମୃତ୍ଯୁ ବେଳକୁ ଦୁଇ ପୁଅ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ବର୍ଗତ ବାଉରୀବନ୍ଧୁ ନାୟକ ଜଣେ ମେଳାପି ଓ ଧର୍ମପରାୟଣ ବ୍ଯକ୍ତି ଥିଲେ। ତାଙ୍କର ଦେହାନ୍ତରେ କବିସୂର୍ଯ୍ୟନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments (0)
Add Comment