ଅବଧୂ ସରିଲା, ପ୍ରକଳ୍ପ ଅଧାପନ୍ତରିଆ :ବିଭାଗ ପକ୍ଷରୁ ପକ୍ଷରୁ କମ୍ପାନୀ ବିରୋଧରେ ଥାନାରେ ଅଭିଯୋଗ ।

ଯାଜପୁର,୨୩/୦୫(ପିପିଟି):ଯାଜପୁର ଜିଲାରେ ଜଳ କଷ୍ଟ ଦୂର କରିବାକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ, ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ ସହ ୨୦୧୯ ମସିହା ଡିସେମ୍ବର ୩୧ରେ ଧର୍ମଶାଳା ବ୍ଲକରେ ଥିବା ସମସ୍ତ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦେବାକୁ ୩୩୬.୭୨ କୋଟି ଟଙ୍କାର ଚୁକ୍ତି କରି ଠକି ଦେଇଛି ମେଘା ଇଞ୍ଜିନିୟରିଂ କମ୍ପାନୀ । ଯାହାକୁ ନେଇ ଧର୍ମଶାଳା ବିଧାୟକଙ୍କ ତତ୍ପରତା ପରେ ଏବେ ବିଭାଗୀୟ ଯନ୍ତ୍ରୀ କମ୍ପାନୀ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ ଦୀର୍ଘ ଛଅ ବର୍ଷ ତଳେ ପାଣି ଯୋଗାଇ ଦେବାକୁ ଠିକା ନେଇଥିବା ମେଘା ଇଞ୍ଜିନିୟରିଂ ଓ ଇନ୍ମାଷ୍ଟ୍ରକଚର କମ୍ପାନୀ ଧର୍ମଶାଳା ବ୍ଳକର ବାଲିକୁଆଦିଆଠାରେ ବ୍ରାହ୍ମଣୀ ନଦୀରୁ ଜଳ ସଂଗ୍ରହ କରି ସେଠାରେ ବିଶୋଧନ କରି ୪୫ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦେବାକୁ କାମ ଆରମ୍ଭ କରିଥିଲା। ତାହା ଏବେ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଏବେ ଟ୍ୟାଙ୍କର ଯୋଗେ ପାଣି ପହଞ୍ଚା ଯାଉଥିଲେ ମଧ୍ୟ ପାଇପ୍ ଜଳ ଯୋଗାଣ ସ୍ବପ୍ନ ହୋଇ

ଯାଇଛି। ସମସ୍ତ ବ୍ୟୟ ଅଟକଳ ଅର୍ଥ ଉଠାଇ ନେଇ ଯାଇଥିଲେ ମଧ୍ୟ ତଦନୁଯାୟୀ ପ୍ରକଳ୍ପ କାମ ଆଗେଇ ପାରି ନାହିଁ। ପୂର୍ବରୁ ଲୋକଙ୍କ ଘରକୁ ଯୋଗାଇ ଦିଆ ଯାଇଥିବା ପାଣି ପାଇପ ଏବେ ନଷ୍ଟ ହୋଇ ସାରିଛି । ଅନେକ ସ୍ଥାନରେ ପାଇପ ଚୋରି ହୋଇଯାଇଥିବା ଅଭିଯୋଗ କରି ଫାଇଦା ମଧ୍ଯ କମ୍ପାନୀ ନେଇ ଯ । ଇଛି । ଅ ନିଶ୍ଚି ତ ତ । ମଧ୍ୟରେ ଗତି କରୁଥିବା ଏହି ପ୍ରକଳ୍ପର ଏଭଳି ଅବସ୍ଥା ଦେଖ୍ ବିଧାୟକ ହିମାଂଶୁ ଶେଖର ସାହୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏକ ସରକାରୀ କାର୍ଯ୍ୟକ୍ରମରେ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ଦେଇଥିଲେ। ୨୧.୫.୨୦୨୬ରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ କ୍ଷମତାପ୍ରାପ୍ତ ହୋଇ କନିଷ୍ଠ ଯନ୍ତ୍ରୀ ଦୀପକ କୁମାର ଜେନା କମ୍ପାନୀ ପରିଚାଳକଙ୍କ ବିରୋଧରେ

ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି। ବାରମ୍ବାର ନିର୍ଦ୍ଦେଶ, ସମୀକ୍ଷା ବୈଠକ, କ୍ଷେତ୍ର ପରିଦର୍ଶନ ଏବଂ ବିଭାଗ ପକ୍ଷରୁ ସରକାରୀ ଯୋଗାଯୋଗ ସତ୍ତ୍ବେ ପ୍ରକଳ୍ପଟି ଏବେ ମଧ୍ୟ ଅସମ୍ପୂର୍ଣ ରହିଛି । ବିଭାଗ ପକ୍ଷରୁ ସଂସ୍ଥାକୁ ବାବଦରେ ସରକାରୀ ଅର୍ଥ ପ୍ରଦ । ନକରାଯ।ଇ ସାରିଛି । ତଥାପି, ସଂସ୍ଥା ପ୍ରକଳ୍ପର ସମୟାନୁବର୍ତ୍ତୀ ସମାପ୍ତି ପାଇଁ ଆବଶ୍ୟକୀୟ ମାନବ ଶକ୍ତି, ଯନ୍ତ୍ରପାତି, ବୈଷୟିକ କର୍ମଚାରୀ ଏବଂ ସମ୍ବଳ ନିୟୋଜିତ କରିବାରେ ଜାଣିଶୁଣି ବିଫଳ ହୋଇଛି। ଏହି ସଂସ୍କାର ଆଚରଣ ସୃଷ୍ଟ ଭାବେ ଅବହେଳା ଏବଂ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଇଚ୍ଛାକୃତ ବିଳମ୍ବ କାର୍ଯ୍ୟକାରୀ ହେବାର ବିଫଳତାକୁ ଦର୍ଶାଉଛି। ଯିଏ ସଂସ୍ଥାର ପ୍ରକଳ୍ପ ପରିଚାଳକ ଥିଲେ ସେ ପ୍ରକଳ୍ପର ଯୋଜନା, ତତ୍ତ୍ୱାବଧାନ, ସମ୍ବଳର ବିନିଯୋଗ, କାର୍ଯ୍ୟକାରିତା ଏବଂ ସମାପ୍ତି ପାଇଁ ସିଧାସଳଖ ଦାୟୀ ଅଟନ୍ତି । ବିଭାଗ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଏବଂ ଚେତାବନୀ ସତ୍ତ୍ୱେ, ଉକ୍ତ ପ୍ରକଳ୍ପ ପରିଚାଳକ ପ୍ରକଳ୍ପ ସମାପ୍ତ କରିବା ପାଇଁ ଆଖୁଦୃଶିଆ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି। କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସଂସ୍ଥାକୁ ନିର୍ଦ୍ଦେଶ ଦେଇ ଡିଭିଜନ୍ ସ୍ତର, ଜିଲ୍ଲା ସ୍ତର ଏବଂ ସରକାରୀ ସ୍ତରରେ ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା, କିନ୍ତୁ କୌଣସି ସନ୍ତୋଷଜନକ ଅଗ୍ରଗତି ହୋଇନାହିଁ। ପ୍ରକଳ୍ପ ସମ୍ପୂର୍ଣ ନହେବା କାରଣରୁ ପାନୀୟ ଜଳର ଅଭାବ ଦେଖା ଦେଇଛି । ଖରାଦିନେ ପରିସ୍ଥିତି ଅଧୂକ ଜଟିଳ ହେବାରୁ ଜନ ଅସନ୍ତୋଷ, ଆନ୍ଦୋଳନ, ଅଭିଯୋଗ ଏବଂ ଆଇନ ଶୃଙ୍ଖଳା ଜନିତ ସମସ୍ୟା ସୃଷ୍ଟି ହେଉଛି । ଅନେକ ଗ୍ରାମ ଏବେ ମଧ୍ଯ ଅସୁରକ୍ଷିତ ଜଳ ଉତ୍ସ ଉପରେ ନିର୍ଭର କରୁଛନ୍ତି । ଯାହା ଜଳବାହିତ ରୋଗର ପ୍ରାଦୁର୍ଭାବ ଏବଂ ଗମ୍ଭୀର ଜନସ୍ବାସ୍ଥ୍ୟ ବିପଭିର କାରଣ ହୋଇପାରେ। ପ୍ରକଳ୍ପଟି ବିଚାରାଧୀନ ରହିଥ‌ିବାରୁ, ବିଭାଗ ସମ୍ପୃକ୍ତ ଅଞ୍ଚଳରେ ବିକଳ୍ପ ଜଳ ଯୋଗାଣ ବ୍ୟବସ୍ଥା କରିପାରୁ ନାହିଁ । ଏଭଳି ଅଭିଯୋଗ ପରେ ପୁଲିସ ଏବଂ ପ୍ରଶାସନ ଠିକା ସଂସ୍ଥା ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖୁବାକୁ ଅଛି।

Comments (0)
Add Comment