ଅବକାରୀ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ସହ ଜଣେ ଗିରଫ ।

ଅବକାରୀ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ସହ ଜଣେ ଗିରଫ ।

ବ୍ରହ୍ମପୁର, ୧୬/୦୬(ପିପିଟି); ଲକଡାଉନର ଏବଂ ସଟ୍ ଡାଉନ୍ ର ଫାଇଦା ନେଇ ଗଞ୍ଜାମ ଜିଲ୍ଲାରେ ବଢି ଚାଲିଛି ବେଆଇନ କାରବାର । ଆଜି ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ ଗଞ୍ଜାମ ଦିଗପହଣ୍ଡି ରୁ ଖଲ୍ଲିକୋଟ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ କୌଣସି ମତେ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ମହୁରୀକାଳୁଆ ଛକ ନିକଟରେ ପେଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ଏକ ଟଟାଏସି ଗାଡିକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଗାଡ଼ି ଯାଞ୍ଚ ବେଳେ ସେଥିରୁ ଦେଢ଼କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ହେଲେ ଆନ୍ଧ୍ରପ୍ରଦେଶର ପଲେଟିପଲ୍ଲୀ ଗ୍ରାମର କେ. ଭିରା ଆଞ୍ଜେନେୟାଲୁ । ସୂଚନାରୁ ପ୍ରକାଶ ଥାଉ କି ଅବକାରୀ ଗୁଇନ୍ଦା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଆଜି ଏକ ଟିମ ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତା ମହୁରୀ କାଳୁଆ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଆନ୍ଧ୍ରପ୍ରଦେଶର ନମ୍ବର ଏପି ୩୯ ଏକ୍ସ୍ ୨୮୭୫ ଗାଡିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଗାଡ଼ିରେ ଦେଢ଼କୁଇଣ୍ଟାଲ ଗଞ୍ଜେଇକୁ ଜବତ କରିଥିଲେ । ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗର ସବଇନ୍ସପେକ୍ଟର ବିଶ୍ୱଜିତ ଦାସ କହିଛନ୍ତି । ଏ ଘଟଣାରେ ଅବକାରୀ ଗୁଇନ୍ଦା ବିଭାଗ କେଶ ନଂ ୯୪/୨୧ ରେ ଏକ ମାମଲା ରୁଜୁ କରି ପେଟ୍ରୋଲିଂକୁ ଆହୁରି ଜୋରଦାର କରିବା ସହ ତଦନ୍ତ ଜାରି ରଖିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment