ଅବକାରୀ ବିଭାଗର ସୁରକ୍ଷା ବଳୟ ମଧ୍ୟରେ ଚୋରା ମଦ କାରବାର !

ଫୁଲବାଣୀ,ତା-୧୧/୧୦(ପିପିଟି); କନ୍ଧମାଳ ଜିଲ୍ଲାରେ ନିଶା ଏକ ମୂଖ୍ୟ ସମସ୍ୟା ହୋଇଥିବା ବେଳେ ଜିଲ୍ଲା ବ୍ୟାପି ନିଶା ବିରୋଧୀ ଆନ୍ଦୋଳନ ଚାଲୁଛି । କିନ୍ତୁ ଜିଲ୍ଲାର ଗଳି ଗଳି ରେ ଅବକାରୀ ବିଭାଗ ସୁରକ୍ଷା ବଳୟରେ ଚା ପାନ ଦୋକାନ,ଫାଷ୍ଟ ଫୁଡ଼ ସେଣ୍ଟରରେ ଚାଲିଛି ଚୋରା ମଦ ବେପାର । ଏହିଭଳିକି ଖୋଦ ଜିଲ୍ଲା ସଦର ମହକୁମା ରେ ପ୍ରତ୍ୟେକ ଛକରେ ଅଫିସ ସାମ୍ନା ଟ୍ରାଫିକ ଛକ ସହରର ମଧ୍ୟ ଭାଗ ବିଜୁ ପଟ୍ଟନାୟକ ଛକରେ ମଧ୍ୟ ଏହି ଚୋରା ମଦ ବିକ୍ରି ଚାଲିଥିବା ଦେଖିବାକୁ ମିଳୁଛି । ଏହି ମଦ ବିକ୍ରି ଦୋକାନ ଗୁଡିକରେ ଅବକାରୀ ବିଭାଗର କର୍ମଚାରୀ ମାନେ ଖୋଦ ବସି ମଦ ପିଉଥିବ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳକୁ ମଧ୍ୟ ଏହି ଚୋରା ମଦ କିଭଳି ପହଞ୍ଚୁଛି ଅବକାରୀ ଓ ପୋଲିସ ବିଭାଗ ଏହା କିଭଳି ଜାଣିପାରୁନାହାନ୍ତି ଏନେଇ ସନ୍ଦେହ ସୃଷ୍ଟି ହେଉଛି । ଅବକାରୀ ବିଭାଗ ନାରେ ଜଣେ ଦଲାଲ ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ ବଟି ଆଦାୟ କରି ଚର୍ଚ୍ଚାକୁ ଆସିଥିଲେ । ଅବକାରୀ ଅଧିକାରୀଙ୍କ ସହ ବିଭାଗୀୟ ଗାଡ଼ିରେ ବୁଲି ବିଭାଗ ସହ ସମ୍ପର୍କକୁ ନେଇ ଲୋକଙ୍କ ମନରେ ବିଶ୍ୱାସ ଜମେଇବା ପରେ ଗାଁ ଗାଁ ବୁଲି ଅବକାରୀ ବିଭାଗ ନାରେ ବଟି ଆଦାୟ କରିବା ଓ ବିଭିନ୍ନ ଧମକ ଚମକ ଦେଇ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ମଦକୁ ନେଇ ନିଜ ଅଞ୍ଚଳରେ ବିକ୍ରି କରିବା ପାଇଁ ଚାପ ସୃଷ୍ଟି କରିବା ଭଳି ଅଭିଯୋଗ କରିଥିଲେ ଫିରିଙ୍ଗିଆ ଅଞ୍ଚଳର କିଛି ବ୍ୟବସାୟୀ । କିଛି ଦିନ ପୂର୍ବେ ତୁମୁଡିବନ୍ଧ ପୋଲିସ ଦ୍ୱାରା ଏହି ଦଲାଲ ଗଞ୍ଜେଇ ଚାଲାଣ ବେଳେ ଗିରଫ ହେବା ପରେ ଆସିଥିବା ଅଭିଯୋଗ ଦୃଢ଼ୀବୁତ ହେଲା । ଅବକାରୀ ବିଭାଗ ଦ୍ଵାରା ଜବତ କରାଯାଇଥିବା ମଦ ଗଞ୍ଜେଇକୁ କେସ ନ କରି ଏହି ଦଲାଲଙ୍କ ଦ୍ୱାରା ବିକ୍ରି କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି । ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ଦାବିକୁ ସନମାନ ଜଣେଇ ତୁରନ୍ତ ଏସବୁ ଅଭିଯୋଗର ତଦନ୍ତ କରି କିଭଳି ଜିଲ୍ଲାକୁ ନିଶା ମାଫିଆଙ୍କ କବଜାରୁ ରକ୍ଷା କରାଯାଇପାରିବ ଓ ଦାୟିତ୍ୱରେ ଥିବା ଅବକାରୀ ବିଭାଗ ସ୍ୱଚ୍ଛତାର ସହ କାମ କରିବ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

(ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Comments (0)
Add Comment