ଅବକାରୀ ଧରପଗଡ଼ ; ବିପୁଳ ପରିମାଣର ଦେଶୀ ମଦ ଜବତ, ୬ ଗିରଫ ।

ଭଞ୍ଜନଗର,୨୦/୦୭(ପିପିଟି) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ବିଭାଗ ୟୁନିଟ-୨ ପକ୍ଷରୁ ଅବକାରୀ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଭଞ୍ଜନଗର ଅବକାରୀ ଥାନା ଅଞ୍ଚଳରେ ବୁଧବାର ଏକ ବଡ଼ ଧରଣର ଧରପଗଡ଼ କରାଯାଇଛି। ଅଞ୍ଚଳର ବରୁଣପୁର, ଜିଲୁଣ୍ଡି, କୁଲାଡ଼,ସୁତାଙ୍ଗି, ମୁଗାପଦର,ଡହ ପ୍ରଭୂତି ସ୍ଥାନ ଦୀର୍ଘ ଦିନ ଧରି ଚାଲିଥିବା ଦେଶୀ ମଦ ଭାଟିରେ ଅତର୍କିତ ଚଢ଼ାଉ କରାଯାଇ ୭୫୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରାଯାଇଛି। ଏଥି ସହିତ ୫୩୧ ଲିଟର ହାତ ରନ୍ଧା ଦେଶୀ ମଦ ଜବତ କରାଯାଇଛି। ଏହି ବେଆଇନ କାରବାରରେ ସମ୍ପୁର୍କ୍ତ ଅଭିଯୋଗରେ ଘଟଣା ସ୍ଥଳରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ ସୂଚନା ଦେଇଛନ୍ତି। ଚଢ଼ାଉ ସମୟରେ ସବଇନ୍ସପେକ୍ଟର ସୁଦର୍ଶନ ବିଷୋୟୀ, ଅନ୍ତର୍ଯ୍ୟାମୀ ସାହୁ,ଏସ୍ଆଇ ରଶ୍ମି ରଞ୍ଜନ ନାୟକ ଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment