ଅପରେସନ ସିନ୍ଦୁର ର ସଫଳତାରେ କୋଦଳାରେ ପରାକ୍ରମ ଶୋଭାଯାତ୍ରା ।

କୋଦଳା,୧୫/୦୫(ପିପିଟି):କୋଦଳା ଏନଏସି ଓ ବେଗୁନିଆପଡା ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ସମାଜ ସେବି, ଜନସାଧାରଣଙ୍କୁ ନେଇ “ପରାକ୍ରମ ଶୋଭାଯାତ୍ରା ” ଅନୁଷ୍ଠିତ ହୋଇଯାଇଛି । ଅପରେସନ ସିନ୍ଦୁର ର ଅପୂର୍ବ ସଫଳତା ପରେ ବୀର ଯବାନଙ୍କ ପରାକ୍ରମକୁ ପ୍ରସଂଶା ସହିତ ସେମାନଙ୍କ ମନୋବଳ କୁ ବଢାଇବା ଉଦ୍ଦେଶ୍ୟ ରେ ସାରା ଭାରତ ବର୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ଆଜି କୋଦଳା ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ନିକଟରୁ ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ର ସମସ୍ତ ପ୍ରତିନିଧି ସମେତ ବହୁ ଜନସାଧାରଣ ପହଞ୍ଚି ଏକ ବିରାଟ ପଟୁଆରରେ ତ୍ରିରଙ୍ଗା ପତାକା ଧରି ଭାରତୀୟ ଯବାନଙ୍କ ଗୁଣଗାନ କରି କୋଦଳା ନଗର ଓ ବେଗୁନିଆପଡା ବ୍ଲକ ପରିକ୍ରମା କରିଥିଲେ । ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠି,ବହୁ କାଉନସିଲର, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟଧନ ଗୌଡ଼,ପଞ୍ଚାୟତ ପ୍ରତିନିଧି, ଏନ୍ଏସି କର୍ମକର୍ତ୍ତା,ଛାତ୍ର ଛାତ୍ରୀ,ସମେତ ଦଳ ମତ ନିର୍ବିଶେଷରେ ବିଭିନ୍ନ ବର୍ଗର ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ତିନି ସେନାର ପରାକ୍ରମ ଓ ବୀର ଯବାନଙ୍କ ବୀରତ୍ୱର ଗୁଣଗାନ କରିଥିଲେ । ଭାରତ ର ଯବାନ ମାନେ କିପରି ଆମମାନଙ୍କୁ ସୁରକ୍ଷ୍ୟା ଦେଉଛନ୍ତି ଏବଂ ପାକିସ୍ତାନ ମାଟିରେ ପାକିସ୍ତାନକୁ ଧୂଳି ଚଟାଇ ଫେରିଛନ୍ତି ତାହାକୁ ନେଇ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି !ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଚିତ୍ରସେନ ପରିଡା ସମେତ ବହୁ କର୍ମକର୍ତ୍ତା ଯୋଗଦେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ପ୍ରସଂଶା କରିଥିବା ଦେଖିବାକୁ ମିଳିଥିଲା ।

Comments (0)
Add Comment