ମାଲକାନଗିରି,୧୫/୦୫(ପିପିଟି): ଏବେ ଗ୍ରୀଷ୍ମର ପ୍ରକୋପରେ ଜନ ଜୀବନ ଦୁଃସହ । ଖରା ଦିନ ସ୍ବଛ ଜଳ ମୁନ୍ଦେ ପାନ କରିବା ପାଇଁ ପଥଚାବୀମାନେ ବ୍ଯାକୁଳ ହୋଇଥାନ୍ତି । ଏହି ପରିପ୍ରେକ୍ଷୀରେ ତୃଷା ମେଣ୍ଟାଇବା ପାଇଁ ମାଲକାନଗିରି ସହରର ପୌର ପରିଷଦର ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଇଛି। କିନ୍ତୁ ଏହି ଜଳଛତ୍ର ଗୁଡିକ ଉପଯୁକ୍ତ ସ୍ଥାନରେ କରାଯାଇନଥିବା ଓ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନଥିବା ସାଧାରଣ ରେ ଅଭିଯୋଗ ହେଉଥିବା ଦେଖିବାକୁ ମିଳୁଛି । ମାଲକାନଗିରି ସହରମଝି ବାଲିମେଳା ଛକ ବା ମହାତ୍ମାଗାନ୍ଧୀ ମାର୍ଗ ଠାରେ ହୋଇଥିବା ଜଳଛତ୍ର ପାନୀୟ ଉପଯୋଗି ଭଳି ମନେ ହେଉଥିବା ଅଭିଯୋଗ ହୋଇଛି ।ଅପରିଷ୍କାର ପରିବେଶରେ ପୌରପରିଷଦ ପକ୍ଷରୁ ଜଳଛତ୍ର ଖୋଲା ହୋଇଛି । ଏଠିକା ପରିବେଶ ଦେଖି ମନେ ହେଉଛି ଜଳଛତ୍ର ନାମରେ ଏହା ଏକ ପ୍ରହସନ ମାତ୍ର । ଜଳଛତ୍ର ସାମ୍ନାରେ ପୋଲିସର ବ୍ୟାରିକେଟିଂ ବୋର୍ଡ ଥିବାବେଳେ ତା’ ସାମ୍ନାରେ ବିଭିନ୍ନ ଦୋକାନିଙ୍କ ଅଳିଆ ଆବର୍ଜନା ପକାଯାଉଥିବା ବେଳେ ଏହାକୁ ଲାଗି ସହରର ମୁଖ୍ୟ ନର୍ଦ୍ଦମା ପ୍ରବାହିତ ହେଉଛି। ଯେଉଁ ନର୍ଦ୍ଦମାରେ କୁଢକୁଢ ଅଳିଆ ମଇଳା ପାଣିରେ ଥିବା ମଶା, ମାଛି ଓ ଡାଆଁସ ଭଳି ବିଭିନ୍ନ ପ୍ରକାର ଜୀବାଣୁ ରହି ସେଠାରେ ଘୂରି ବୁଲୁଛନ୍ତି । ଫଳରେ ଏପରି ଏକ ସ୍ଥାନରେ କିଭଳି ପିଇବା ପାଣି ଭଳି ବ୍ୟବସ୍ଥା କରାଗଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ପ୍ରକାଶ ଥାଉ କି, କିଛି ଦିନ ତଳେ ମାଲାକାନଗିରି ଜିଲ୍ଲା ଏମଭି -୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି- ୪୯ ଗ୍ରାମରେ ଜଳଛତ୍ର ମାଠିଆରେ କିଏ ବିଷ ପକାଇ ଦେଇଥିବା ବେଳେ ସେହି ପାଣି ପିଇ ୩ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହିଭଳି ସ୍ଥାନରେ ଜଳଛାତ୍ର କେମିତି ଖୋଲା ସାଧାରଣ ଜୀବନକୁ ଅତି ତୁଛ ମନେ କରାଯାଇଛି,ଯାହ କି ଏକ ଉଦବେଗ ଜନକ ଘଟଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
(ରିପୋର୍ଟ- ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ। )