ଅନ୍ଧ ବିଶ୍ୱାସ ଦୂର ପାଇଁ ତାରାସିଂ ପୋଲିସର ସଚେତନତା ।

ଭଞ୍ଜନଗର ୦୮/୦୪(ପିପିଟି):ଆଜିର ବିଜ୍ଞାନ ଯୁଗରେ ଗୁଣିଗାରେଡି, କୁ-ସଂସ୍କାର ଭଳି ଅନ୍ଧ ବିଶ୍ବାସ ରହିଛି।ତେଣୁ ଅନେକ ମୂଲ୍ୟବାନ ଜୀବନ ଯିବା ସହ ପରିବାର ମଧ୍ୟ ଛାରଖାର ହୋଇଯାଉଛି। ଦେହ ଅସୁସ୍ଥ ହେଲେ ଡାକ୍ତରଖାନା ପରିବର୍ତ୍ତେ ଝାଡଫୁଙ୍କ କରିବାକୁ ଅନେକ ଲୋକ ଯାଉଛନ୍ତି।ଏସବୁରୁ ନିବୃତ୍ତ ରହିବା ସହ ଦେହ ଖରାପ ହେଲେ ଝାଡଫୁଙ୍କ ନକରି ମେଡ଼ିକାଲକୁ ନେବା ଏବଂ ଗୁଣି ଗାରେଡ଼ି ସମସ୍ୟା ସଂପର୍କରେ ଆଇନ କୁ ହାତକୁ ନ ନେଇ ପୁଲିସକୁ ଖବର ଦେବା ଉଦ୍ଦେଶ୍ୟରେ ତାରସିଂ ପୁଲିସ ପକ୍ଷରୁ ବ୍ରାହ୍ମଣପଦର ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଅତିଥି ମାନେ ପ୍ରକାଶ କରିଛନ୍ତି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଙ୍କ ପୌରହିତ୍ୟରେ ଏସଡିପିଓ ଡ. ଦୀପକ କୁମାର ମିଶ୍ର,ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ,ସରପଞ୍ଚ ବନମାଳୀ ଗୌଡ଼ ଏବଂ ଶ୍ୟାମ ସୁନ୍ଦର ସାହୁ ପ୍ରମୁଖ ମଞ୍ଚାସିନ ରହି ସଚେତନ କରିଥିଲେ। ବିଶେଷ କରି ଲୋକ ମାନଙ୍କୁ ପାରମ୍ପରିକ ଲୋକ ନୃତ୍ୟ କଣ୍ଢେଇ ନାଚ ମାଧ୍ୟମରେ ଅନ୍ଧ ବିଶ୍ୱାସ କୁ କିଭଳି ଦୂରେଇବା ସେ ସମ୍ପର୍କରେ ସଚେତନ କରାଯାଇଥିଲା। ଏହାପରେ ଅପରାହ୍ନ ରେ ଦୁର୍ଗମ ରୁଢାପଦର ଗ୍ରାମରେ ମଧ୍ୟ ସମାନ ଢଙ୍ଗରେ ଲୋକଙ୍କୁ ସଚେତନ କରାଯାଇଥିଲା। ବିଶେଷ କରି ଗ୍ରାମାଞ୍ଚଳରେ ମହିଳା ମାନେ ଏଭଳି କୁସଂସ୍କାର ବିଷୟରେ ସଚେତନ ହେଲେ ପୁରା ପରିବାର ଲୋକଙ୍କୁ ସେମାନେ ସଚେତନ କରିବେ ତେଣୁ ଶତାଧିକ ମହିଳାଙ୍କୁ ଏଥିରେ ସାମିଲ କରିବାକୁ ଗୁରୁତ୍ଵ ଦିଆଯାଇଥିବା ଏସଡିପିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Comments (0)
Add Comment