ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ମୁମ୍ବାଇର ୧୫ତମ ପ୍ରତିଷ୍ଠା ଦିବସ ।

ବ୍ରହ୍ମପୁର,୧୯/୧୧(ପିପିଟି): ସ୍ଥାନୀୟ ଚର୍ଚ୍ଚ ପଡ଼ିଆରେ ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ମୁମ୍ବାଇର ୧୫ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଜୋନାଲ ବୋର୍ଡ ସଭାନେତ୍ରୀ ସୁଶ୍ରୀ ରଶ୍ମିତ କୁମାରୀ ପାଣିଗ୍ରାହିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମାନବ ଅଧିକାର ପରିଷଦର ଆବଶ୍ୟକତା, ଉପକାରିତା ଓ ସଂଯମତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅନର୍ଜାତୀୟ ମାନବ ଅଧିକାର ପରିଷଦର ବିଭିନ୍ନ ବିଭାଗର ପଦାଧିକାରୀ ରଞ୍ଜନ କୁମାର ସାହୁ, ସନ୍ତୋଷ କୁମାର ହୋତା, ସନ୍ତୋଷୀ ସେନାପତି, ସାଇ ପ୍ରସାଦ ପରିଡା, ବିଶ୍ୱନାଥ ନାୟକ ମଞ୍ଚାସୀନ ଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଦସ୍ୟ ଓ ସଦସ୍ୟା ଯୋଗଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଯଥା ସର୍ବସ୍ରୀ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ପ୍ରେସ କ୍ଲବ ସଭାପତି ଅଶୋକ ବ୍ରହ୍ମା, ଉପ ସଭାପତି ଅଭୟ ପାଢି, ପୂର୍ବତନ ସଂପାଦକ ଗୋପାଳ ପଟନାୟକ, ନାରାୟଣ ମାହାଙ୍କୁଡ଼, ସମ୍ପାଦକ ପ୍ରହଲ୍ଲାଦ ସାହୁ, ସୁଦିପ ସାହୁ, ରାଜେଶ ସାହୁ, ରୁପେଶ ଓ ଅନ୍ୟାନ୍ୟ ବ୍ୟକ୍ତିତ୍ୱଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଅଞ୍ଜଳି ଓ ଇନ୍ଦୁଙ୍କ ସଙ୍ଗୀତ ଏବଂ ଛୋଟଛୋଟ ପିଲାଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନମୁଗ୍ଧ କରିଥିଲା। ଶେଷରେ ରାମକୃଷ୍ଣ ଚର୍ଚ୍ଚି ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment