ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

ବେଗୁନିଆପଡା,୦୮/୦୩(ପିପିଟି):ରବିବାର ପୂର୍ବାହ୍ନ ରେ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ କୋଦଳା ତାଲୁକା ଆଇନ ସେବା କମିଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପରେ ଏକ ସଚେତନତା ସମାରୋହ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ଏଵଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ପୌରୋହିତ୍ୟରେ କୋଦଳା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିଶ୍ୱରଞ୍ଜନ ବେହେରା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହିତ ସମସ୍ତ ମହିଳା ଏବଂ ଝିଅ ମାନଙ୍କ ପାଇଁ ଅଧିକାର, ନ୍ୟାୟ ଓ କାର୍ଯ୍ୟାନୁଷ୍ଠାନ ବିଷୟରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଦେୱାନୀ ବିଚାରପତି ରେଖାରାଣୀ ପଣ୍ଡା ଆନ୍ତର୍ଜାତିୟ ମହିଳା ଦିବସ ର ତାତ୍ପର୍ଯ୍ୟ ଉପରେ ଏକ ସଚେତନତାର ବାର୍ତ୍ତା ଦେଇଥିଲେ । ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ରଞ୍ଜୁବାଳା ନନ୍ଦ, ଲଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ପଞ୍ଚାନନ ଦାସ,ବରିଷ୍ଠ ଆଇନଜୀବୀ କୋଦଳା କୋର୍ଟ ପ୍ରଫୁଲ୍ଲ କୁମାର ମିଶ୍ର,ସୁବାଷ ଚନ୍ଦ୍ର ସାହୁ,ଯୁଗ୍ମ ସମ୍ପାଦକ କୋଦଳା ବାର ଭାସ୍କର ସ୍ୱାଇଁ, ଆଇନଜୀବୀ ଜମିର ଅଲ୍ଲୀ ଖାନ, ନୀଳମଣି ପଣ୍ଡା,ସନ୍ନ୍ୟାସୀ ସାହୁ, ନୀଳାଞ୍ଚଳ ପଲାଇ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କର ସୁରକ୍ଷା ଓ ସେମାନଙ୍କ ପାଇଁ ଉଦିଷ୍ଟ ଆଇନ ବିଷୟରେ ଆଲୋକପାତ କରିଥିଲେ । ଲଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଇତିହାସ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ତରାଇ ମହିଳା ମାନଙ୍କର ସ୍ୱାଧୀନତା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ,ଏକାଡେ଼ମିକ ବର୍ଷର ଅଧ୍ୟାପକ ବିନୋଦ କୁମାର ମିଶ୍ର, ଅଧ୍ୟାପକ ସପନ କୁମାର ଦାଶ,ଯୁବ ରେଡକ୍ରସ ସଂଯୋଜକ ରତ୍ନାକର ପ୍ରଧାନ,ଜାତୀୟ ସେବା ଯୋଜନା ଅଧିକାରୀ ଡ଼କ୍ଟର ପ୍ରଦୀପ କୁମାର ପଣ୍ଡା ଓ ସାଗରିକା ଦାଶଙ୍କ ସମେତ ଅନେକ ଅଧ୍ୟାପକ, ଅଧ୍ୟାପିକା ଅଣ କର୍ମଚାରୀ,ଛାତ୍ରଛାତ୍ରୀ ତଥା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଆଜିର କାର୍ଯ୍ୟକ୍ରମ ର ପ୍ରାରମ୍ଭ ଓ ଶେଷ ସଂଗୀତ +୩ ପ୍ରଥମ ବର୍ଷର ଛାତ୍ରୀ ସୁଶ୍ରୀ ସୁମିତ୍ରା ଘୋଷ ଗାନ କରିଥିଲେl ପରିଶେଷରେ ଗଣିତ ବିଭାଗର ଅଧ୍ୟାପିକା ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment