ବୋଲଗଡ଼,୨୨/୦୯(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ସାଗରଗୁଆଁ ଗ୍ରାମ ପଞ୍ଚାୟତରେ ଆନ୍ତର୍ଜାତିୟ ନ୍ୟାୟ ଏବଂ ଶାନ୍ତିପାଇଁ ପଦଯାତ୍ରା ଆରମ୍ଭ ହୋଇଛି। ସ୍ଥାନୀୟ ସରପଞ୍ଚ ସୁବାଷ ଚନ୍ଦ୍ର ରାୟଗୁରୁଙ୍କ ତତ୍ତ୍ଵାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି।ଏହି ପଦଯାତ୍ରା ୨୧ସେପ୍ଟେମ୍ବର ଅନ୍ତରାଷ୍ଟ୍ରୀୟ ଶାନ୍ତି ଦିବସ ଠାରୁ ୨ଅକ୍ଟୋବର ଅନ୍ତରାଷ୍ଟ୍ରୀୟ ଅହିଂସା ପର୍ଯ୍ୟନ୍ତ ଏହି ପଦଯାତ୍ରା ପ୍ରତେକ ଜିଲ୍ଲା ପ୍ରତେକ ଯାଗାରେ ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଏଥିରେ ସମସ୍ତେ ଭାଗନେବାପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ସାଗର ଗୁଆଁ ପଞ୍ଚାୟତର ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ସାହି ସାହି ବୁଲି ପ୍ରଚାର ମାଧ୍ୟମରେ ସ୍ଲୋଗାନ ଦେଇ ଅହିଁସା ଶାନ୍ତି ବଜାଇ ପାଇଁ ପଦଯାତ୍ରା କରାଯାଇଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)