ପୋଲସରା,୦୯/୦୭(ପିପିଟି);ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲସରା ଚାଷୀ ମାନଙ୍କୁ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଠାରେ ୫ -ଟି ସଚିବ ଭି. କେ ପାଣ୍ଡିୟାନଙ୍କ ଭିଡି଼ଓ କନଫେରେନ୍ସ ମାଧ୍ୟମରେ ଅନ୍ତଃ ନଦୀ ଜଳାଶ୍ରୟ ପ୍ରକଳ୍ପ ମଞ୍ଜୁର କରିବା ପାଇଁ କୃଷକମାନେ ଏକ ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଖୁବଶୀଘ୍ର ୩୫ କୋଟି ଟଙ୍କାର ଅନ୍ତଃ ନଦୀ ଜଳାଶ୍ରୟ ପ୍ରକଳ୍ପ ମଞ୍ଜୁର ହବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ସୂଚନା ଦେଇଛନ୍ତି।