ବୋଲଗଡ଼,୦୭/୦୬(ପିପିଟି):ଅନ୍ତଃ ଜିଲ୍ଲା ମ୍ୟାଚରେ ୬ ୱିକେଟ ନେଇ ରୋନିତ ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାନନଗର ଗ୍ରାମର ସାମ୍ବାଦିକ ଅଶୋକ ପ୍ରଧାନଙ୍କ ଏକ ମାତ୍ର ସୁଯୋଗ୍ୟ ସନ୍ତାନ ରୋନିତ ନିଜ ମାମୁଁ ଘରେ ରହି ପାଠପଢ଼ୁଥିଲା ବେଳେ କ୍ରିକେଟ ଖେଳ ପ୍ରତି ତାଙ୍କର ପିଲା ଦିନରୁ ଆଗ୍ରହ ଦେଖି ତାଙ୍କର ମାତା ପିତା କ୍ରିକେଟ ଖେଳିବାକୁ ଅନୁମତି ପ୍ରଦାନ କରିଥିଲେ । ଏହି କ୍ରିକେଟ ଖେଳ ରୋନିତଙ୍କୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବା ସହ ତାଙ୍କର ମାତା ପିତାଙ୍କୁ ଗର୍ବିତ କରିଛି । ସେ ରେଭେନ୍ସା ପଡିଆ ଠାରେ ଅନ୍ତଃ ଜିଲ୍ଲା ୫୦ ଓଭର ବିଶିଷ୍ଟ ମ୍ୟାଚରେ ଦେବଗଡ଼ ପକ୍ଷରୁ ଘାତକ ବୋଲିଂ କରି ୬ ୱିକେଟ ନେଇ ବିପକ୍ଷ ଦଳ ଜଗସିଂହପୁରକୁ ଧରାସାୟୀ କରି ଦେଇ ଛନ୍ତି। ଫଳରେ ତାଙ୍କୁ ସେହି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ କରା ଯାଇଛି। ରୋନିତଙ୍କୁ ପରିବାର ଏବଂ ହିତାକାଙ୍ଖୀ ମାନଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଛି ଏବଂ ଏଥି ସହ ତାଙ୍କର ଓଡ଼ିଶା ଦଳ ପାଇଁ ଖେଳି ରାଜ୍ୟ ତଥା ଦେଶର ନାମ ଉଜ୍ବଳ କରିବା ପାଇଁ ମାତା ପିତା ଆଶା କରିଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।