ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଧରିବାରେ ଆସିକା ପୋଲିସର ସଫଳତା।

ବ୍ରହ୍ମପୁର,୦୬/୦୨(ପିପିଟି): ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗୋଟିଏ ଅନ୍ତଃରାଜ୍ୟ ସିନ୍ଧି ଚୋରି ଗେଙ୍ଗକୁ ଧରିବାରେ ସଫଳ ହୋଇଛି ଆସିକା ପୋଲିସ । ଏମାନଙ୍କ ନିକଟରୁ ନଗଦ ୦୧ ଲକ୍ଷ୍ ୦୫ ହଜାର ଟଙ୍କା ଓ ୪୦୦ ଗ୍ରାମରୁ ଉର୍ଦ୍ଧ ପରିମାଣର ସୁନା ରୁପା ଅଳଙ୍କାର ସହିତ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳର ୩ ଅଭିଯୁକ୍ତ ଓ ଜଣେ ସୁନା ବ୍ୟବସାୟୀ ଏବଂ ଆସିକା ବାବନପୁର ଅଞ୍ଚଳର ଜଣକୁ ଗିରଫ କିରିଛି ପୋଲିସ । ଏହି ଅଭିଯୁକ୍ତ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଘରଭଡା ନେଇ ଚୋରି ଯୋଜନା କରି ରାତିଅଧିଆ ଟଙ୍କା ସୁନା ଲୁଟ କରି ଲୁଟ ସୁନା ରୁପା ଅଳଙ୍କାରକୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀର ସୁନା ଦୋକାନୀ ଶିବ ପ୍ରସାଦ ନାୟକଙ୍କୁ ଦେଇ ଟଙ୍କା ନେଇ ଉଭୟଙ୍କ ମଧ୍ୟରେ ଭାଗକରୁଥିଲେ । ସେହିଭଳି ଗତ ୧୪ ତାରିଖ ଦିନ ଆସିକା ରାଜେନ୍ଦ୍ର ନଗର ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ର ତଦନ୍ତ ବେଳେ ବାବନପୁର ଅଞ୍ଚଳର ଯୁବକଙ୍କୁ ଅଟକରଖି ପଚାର ଉଚରା ବେଳେ ଏହି ଗ୍ୟାଙ୍ଗ ବିଷୟରେ ଖବର ପାଇଥିଲା ପୋଲିସ । ଅନ୍ୟପଟେ ଏହି ଅଭିଯୁକ୍ତ ମାନେ ମଧ୍ୟ ହିଞ୍ଜିଳିକାଟୁ, ପାଟପୁର, ବାଣପୁର, ବାଲୁଗାଁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି ଘଟଣାରେ ସମ୍ପୃକ୍ତି ଥିବା ସୂଚନା ରହିଥିବା ଆସିକା ଏସ୍ଡ଼ିପିଓ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Comments (0)
Add Comment