ପଦ୍ମପୁର,୦୧/୧୦(ପିପିଟି); ପଦ୍ମପୁର ଅଞ୍ଚଳ ସ୍ଥିତ ସୁଦୂର ପ୍ରସାରୀ ବାଟ୍ କଢ଼ୁଆଲ କଲାପଟା ର ଏକ ସୁନ୍ଦର ପ୍ରୟାସ ଆଜିଠାରୁ ଆରମ୍ଭ ହୋଇଯାଇଛି । ଯୁବ ପ୍ରତିଭା ପୌଲସ୍ତ୍ୟ ସାହା ଅନ ଲାଇନ ମାଧ୍ୟମରେ ଜନସାଧାରଣଙ୍କୁ ଅନଲାଇନ କ୍ଲାସ ଖୁବ ସରସ ସୁନ୍ଦର ଭାବେ ସଂପାଦନା ଆରମ୍ଭ କରିଦେଇଛନ୍ତି । ଶ୍ରୀ ସାହାଙ୍କ କହିବା ଅନୁସାରେ ଲିପିଟି ଦେଖିବାକୁ କଠିନ ଲାଗୁଛି ସତ କିନ୍ତୁ ମନ ଲଗାଇ ଅଧ୍ୟୟନ କଲେ ସବୁଠୁ ସହଜ ଅଟେ । ଲାଇଫ୍ ମାଧ୍ୟମରେ ପ୍ରାୟ ୧୦ ଦିନ ମଧ୍ୟରେ ଜଣେ ଯଦି ମନଲଗାଇ ଅଧ୍ୟୟନ କରନ୍ତି ତେବେ ତୁରନ୍ତ ପାରଙ୍ଗମ ହୋଇଯିବେ ବୋଲି ଦାବୀ କରନ୍ତି । ଏହଳି ମହତ ପ୍ରୟାସ ପାଇଁ ଜନମାନସ ରେ ପୌଲସ୍ତ୍ୟ ବାବୁ ଆଦରଣୀୟ । ଆଗକୁ ଗ୍ରାମାଞ୍ଚଳ ମାନଙ୍କରେ ଯାଇ ସମଲପୁରୀଲିପି ର ଶିକ୍ଷାଦାନ ଅବଶ୍ୟ କରିବାକୁ ବାଟ୍ କଢ଼ୁଆଲର ସଂପାଦକ ସୁରେନ୍ଦ୍ର ମେହେରଙ୍କ ଠାରୁ ପ୍ରକାଶ । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)