ଅନଲାଇନ୍ ପାଠ ପଢା ପାଇଁ ଛାତ୍ର ଛାତ୍ରୀ ଦୁର୍ଦ୍ଦଶା ଭୋଗୁଛନ୍ତି।

ଫୁଲବାଣୀ,ତା-୧୨/୧୦(ପିପିଟି); ସାରା ଦେଶରେ କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ଯୋଗୁଁ ସରକାରଙ୍କ ନିଷ୍ପତ୍ତି କ୍ରମେ ଛାତ୍ର ଛାତ୍ରୀଙ୍କୁ ଅନଲାଇନ କ୍ଲାସ କରାଯାଉଥିବା ବେଳେ କନ୍ଧମାଳ ଭଳି ଏକ ଜଙ୍ଗଲ ପାହାଡ଼ ଘେରା ପଛୁଆ ଜିଲ୍ଲାର ଛାତ୍ର ଛାତ୍ରୀ ଅନଲାଇନ ପାଠ ପଢା ପାଇଁ ବହୁତ ଦୁର୍ଦ୍ଦଶା ଭୋଗ କରୁଛନ୍ତି । କେବଳ ସହର , ବ୍ଲକ ସଦର ମହକୁମାକୁ ଛାଡିଦେଲେ ଅନ୍ୟ ପଞ୍ଚାୟତ ସ୍ତରରେ ନେଟୱାର୍କ ସମସ୍ୟା ଯୋଗୁଁ ଛାତ୍ର ଛାତ୍ରୀ ଜଙ୍ଗଲ ପାହାଡିଆ ଅଞ୍ଚଳକୁ ଯାଇ ନେଟୱାର୍କ ଖୋଜିବାକୁ ପଡୁଛି । ଆର୍ଥିକ ସମସ୍ୟା ନେଇ ଭଲ ମୋବାଇଲ ଟିଏ ନ ପାଇ ଆଣ୍ଡ୍ରୋଏଡ ମୋବାଇଲ ଟିଏ ଧରି ଦଳ ବଧ ଭାବେ ନେଟୱାର୍କ ସ୍ଥାନ ଖୋଜି ବୁଲୁଛନ୍ତି ଛାତ୍ର ଛାତ୍ରୀ । ଏହିଭଳିକି ଦୁର୍ଗମ ଅଞ୍ଚଳ ଗୁଡିକରେ ଜଙ୍ଗଲ ଭିତରେ ଗଛ ଉପରେ ବସି ନେଟୱାର୍କ ଖୋଜା ଚାଲିଛି ଛାତ୍ର ଛାତ୍ରୀଙ୍କ । ପୁଣି ବର୍ଷା ଝଡ଼ ମଧ୍ୟ ଏହି ସମୟରେ ବାଧକ ସାଜିଛି । ଏହିଭଳି ପରିସ୍ଥିତିରେ ଅନ୍ୟ ଅଞ୍ଚଳର ଛାତ୍ର ଛାତ୍ରୀ ପାଉଥିବା ସୁବିଧା ସୁଯୋଗ ଏହି ଅଞ୍ଚଳର ଛାତ୍ର ଛାତ୍ରୀ ପାଉନାହାନ୍ତି । ବର୍ତ୍ତମାନ ଏହି ସୁବିଧାରୁ ବଞ୍ଚିତ ଛାତ୍ର ଛାତ୍ରୀ ଅନ୍ୟ ସୁବିଧା ସୁଯୋଗ ପାଉଥିବା ଛାତ୍ର ଛାତ୍ରୀଙ୍କ ସହ କିଭଳି ସମକକ୍ଷ ହେବେ ପାଠ ପଢ଼ାରେ ଏହା ଏକ ସମସ୍ୟା ହୋଇପଡିଛି । ଏନେଇ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକ ମଧ୍ୟ ଚିନ୍ତିତ ଥିବା ସୂଚନା ଦେଇଛନ୍ତି। ପ୍ରଶାସନ ଏହାର ସମାଧାନ ପାଇଁ କିଛି ବିକଳ୍ପ ସୁବିଧା କରିବା ପାଇଁ ଛାତ୍ର ଛାତ୍ରୀ ଓ ଅଭିଭାବକ ଦାବୀ କରିଛନ୍ତି ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Comments (0)
Add Comment