ଅଧିକାଂଶ ଉଠାଜଳସେଚନ ପାଇଁ ଉଦ୍ଦିଷ୍ଟ ଟ୍ରାସନ୍ସଫର୍ମର ଅଚଳ ।

ମାଲକାନଗିରି,୧୬/୧୨(ପିପିଟି):ବର୍ତ୍ତମାନ ଧାନ ଚାଷ ପରେ ମାଲକାନଗିରି ଚାଷୀମାନେ ସାଧାରଣତଃ ବାଦାମ ଚାଷ କରିଥାନ୍ତି। ଏଥିପାଇଁ ଅଣ ଜଳସେଚିତ ଅଞ୍ଚଳରେ ଚାଷୀମାନଙ୍କ କୃଷିକ୍ଷେତ୍ରକୁ ଉଠାଜଳସେଚନ ମାଧ୍ୟମରେ ବିଦ୍ୟୁତ୍ ସଂଯୋଗିକରଣ କରାଯାଇ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। କିନ୍ତୁ ଟାଟା କମ୍ପାନୀର କର୍ମଚାରୀମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟଅଚଳ ଟ୍ରନ୍ସଫର୍ମରଗୁଡିକୁ ସଜାଡି ବିଦ୍ୟୁତ ପ୍ରଦାନରେ ମନମୁଖୀ ବ୍ୟବସ୍ଥା କରିବା ଯୋଗୁଁ ଚାଷୀମାନେ ଜମିକୁ କର୍ଷଣ କରି ବାଦାମ ବୀଜ ବପନ ଲାଗି ଅପେକ୍ଷାରତ ଥିବା ବେଳେ ପାଣି ପମ୍ପଗୁଡିକରୁ ଉଠାଜଳସେଚନ ହୋଇ ପାରୁ ନାହିଁ। ଏହି ଭଳି ଅଭିଯୋଗ ସୋମନାଥପୁର ପଞ୍ଚାୟତର ହାତୀ ଆମ୍ଵ ଏବଂ ମାରିୱାଡା ପଞ୍ଚାୟତର କୁଟୁଗୁଡାରୁ ଆସିଛି। ଦୀର୍ଘ ୪ ମାସ ହେଲା ହାତୀଆମ୍ବରେ ଥିବା ବିଦ୍ୟୁତ ଟ୍ରାସନ୍ସଫର୍ମର ଅଚଳ ରହିଥିଲା ବେଳେ ବାରମ୍ବାର ଅଭିଯୋଗ ସତ୍ବେ ଟାଟା କମ୍ପାନୀ
କର୍ମଚାରୀମାନେ ମରାମତି କରି ନଥିବା ଅଭିଯୋଗ ହୋଇଛି। ସେହି ପରି ମାରିୱାଡା ପଞ୍ଚାୟତର କୁଟୁଗୁଡାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାରୁ ୫ ଟି ମଟର ପମ୍ପ ଅଚଳ ଅବସ୍ଥାରେ ଅଛି। ବିଦ୍ୟୁତ୍ ସଂଯୋଗ ନଥିବାରୁ ବର୍ତ୍ତମାନ ଏହି ସବୁ ଗାଁ ର
ଚାଷୀମାନେ ବାଦାମ ଚାଷ କରିପାରୁ ନଥିବା ଜଣାପଡ଼ିଛି।
ସେହିପରି ଚିତ୍ରକୋଣ୍ଡା ଅଞ୍ଚଳରେ ୧୭୦ ଟି ମଟର ପମ୍ଫ ରହିଛି। ତନ୍ମଧ୍ୟରୁ ୯୦ ପ୍ରତିଶତ ଟ୍ରାନ୍ସଫରର୍ମଗୁଡିକ ମରାମତି ଅଭାବରୁ
ଉଠାଜଳସେଚନ ମାଧ୍ୟମରେ ଯେଉଁ ଚାଷୀମାନେ ପନିପରିବା ବା ଅନ୍ୟାନ୍ୟ ତୈଳ ଜାତୀୟ ଫସଲ କରିବା ଲାଗି ଆଶାୟୀ
ସେମାନଙ୍କ ସ୍ବପ୍ନ ଧୂଳିସାତ ହେବାରେ ଲାଗିଛି। ପ୍ରକାଶ ଥାଉ କି
ଓଡ଼ିଶା କୃଷି ଶିଳ୍ପ ନିଗମ ଦ୍ବାରା ଜିଲ୍ଲାରେ ୧୩୦୦ ଉଠାଜଳସେଚନ ପଏଣ୍ଟ ରହିଥିବା ବେଳେ ଓଡ଼ିଶା ଲିଫ୍ଟ ଇରିଗେସନ ନିଗମ ଦ୍ବାରା ୨୨୦୦ ଉଠା ଜଳସେଚନ ପଏଣ୍ଟ
ରହିଛି। ଗୋଟିଏ ଟ୍ରାନ୍ସଫରର୍ମ ଦ୍ବାରା ୪ରୁ ୫ ଟି ପମ୍ଫ ସେଟ୍
ସଂଲଗ୍ନ ରହିଛି। ବିଶେଷ ଏହି ପମ୍ଫ ସେଟ୍ ଦ୍ବାରା ୨୦ ଏକରରୁ
ଊର୍ଦ୍ଧ୍ବ ଜମିକୁ ଉଠାଜଳସେଚନ ମାଧ୍ୟମରେ କୃଷି କ୍ଷେତ୍ରକୁ ଜଳ
ଯୋଗାଇ ଦିଆଯାଇଥାଏ। ଏଥିପାଇଁ ରାଜ୍ୟ ସରକାର କୋଟି
କୋଟି ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ଉଠାଜଳସେଚନ ପଏଣ୍ଟ
ଗୁଡ଼ିକ ବାସ୍ତବରେ କାର୍ଯ୍ୟ କରିଛି କି ନାହିଁ,କାହା ପାଖରେ ହିସାବ ନାହିଁ। ଅଧିକାଂଶ ଟ୍ରାନ୍ସଫରର୍ମ ଅଚଳ ହୋଇଯାଇଛି। ଚାଷୀମାନେ ଅଭିଯୋଗ କରାବା ସତ୍ବେ ବିଦ୍ୟୁତ୍ କର୍ମଚାରୀମାନେ ଏଥି ପ୍ରତି ଗୁରୁତ୍ବ ଦେଉନଥିବା ଜଣା ପଡ଼ିଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment