ଅଧାରେ ଅଟକିଲା ବାହାଘର; ବେଦୀରୁ ବରକୁ ନେଇଗଲା ପୋଲିସ ।

ଭଞ୍ଜନଗର,୨୪/୦୮(ପିପିଟି): ଭଞ୍ଜନଗର ନିକଟ ସୋରା ଦେବୀ ମନ୍ଦିରରେ ଗତ ଦୁଇ ତଳେ ଏକ ବିବାହ କାର୍ଯ୍ୟର ଆୟୋଜନ ଚାଲିଥିଲା।ବର, କନ୍ୟା, ବ୍ରାହ୍ମଣ, ଉଭୟ ପରିବାର ଲୋକେ ଓ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ସବୁ ପ୍ରସ୍ତୁତି ଶେଷ ହୋଇଥିଲା।ଉଭୟେ ବରକନ୍ୟା ସଜବାଜ ହୋଇ ବେଦୀରେ ବସି ବିବାହ କାର୍ଯ୍ୟ ଚାଲିଥିବା ବେଳେ ହାଠାତ୍ ପୋଲିସ ପହଞ୍ଚି ବରକୁ ଉଠାଇନେଲା ଥାନାକୁ।ଏହାଦେଖି ସେଠାରେ ଥିବା ଲୋକମାନେ ହତବାକ ହୋଇ ଯାଇଥିଲେ।ପୋଲିସ କହିବାନୁସାରେ ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଗ୍ରାମର ସୌମ୍ୟ ରଞ୍ଜନ ପ୍ରଧାନ ଗତ ଦୁଇ ବର୍ଷ ପୂର୍ବେ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ।ଏହାର କିଛି ଦିନ ପରେ ସୌମ୍ୟ ନିଜ ପତ୍ନୀକୁ ଯୌତୁକ ନିର୍ଯ୍ୟାତନା ଦେଉଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ବର୍ତ୍ତମାନ ବିଚାରାଧୀନ ଥିବା ବେଳେ ଏବେ ପୁଣି ସୌମ୍ୟ ଲୁଚିଛପି ଦ୍ଵିତୀୟ ବିବାହ କରୁଥିବା ପ୍ରଥମ ପତ୍ନୀ ଅଭିଯୋଗ କରିଥିଲେ। ଯାହା ଫଳରେ ପୋଲିସ ସୌମ୍ୟକୁ ଉଠାଇ ଆଣି କେସ ନଂ ୪୨୦/୨୨ରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment