ଅଧରାତିରେ ହାତଗୋଡ ବନ୍ଧା ଅବସ୍ଥାରେ ଦଳିତ ନାବାଳିକା ଅଚେତ ଅବସ୍ଥାରେ ଉଦ୍ଧାର ,କାରଣ ଅସ୍ପଷ୍ଟ ।

ବେଲଗୁଣ୍ଠା,୧୩/୦୩(ପିପିଟି);ଓଡ଼ିଶା ସରକାର ମହିଳାଙ୍କୁ ସମ୍ମାନ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହାର ବ୍ୟତିକ୍ରମର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ବେଲଗୁଣ୍ଠା ଥାନା ଅଞ୍ଚଳରେ । ଗତକାଲି ଥିଲା ମହାଶିବରାତ୍ରୀ । ସର୍ବସାଧାରଣ ଶିବ ପୂଜା ତଥା ତାଗରରେ ମଗ୍ନ ଥିବା ବେଳେ ଏହି ଥାନା ଅନ୍ତର୍ଗତ ନାୟକପଡା ଶ୍ମଶାନ ପାଖରୁ ଜଣେ ଦଳିତ ନାବାଳିକା ଝିଅ ହାତଗୋଡ ବନ୍ଧା ହୋଇ ଅଚେତ ଅବସ୍ଥାରେ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।ମିଳିଥିବା ସୂଚନା ପ୍ରକାରେ,ନାୟକ ପଡାର ଜୈନିକ ନାବାଳିକା ଜଣକ ସେହି ଗ୍ରାମର ଜଣେ ପଛୁଆବର୍ଗ ପୁଅକୁ ଭଲ ପାଉଥିଲେ । ଗତକାଲି ଦିନବେଳେ ସେହି ଗ୍ରାମର ନିରୋଳା ସ୍ଥାନରେ ଦୁହେଁ ବସିଥିବା ବେଳେ କିଛି ଯୁବକ ତାଙ୍କର ଫଟୋ ଉଠାଇଥିଲେ ଏବଂ ଏହା ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ଜଣାଇଥିଲେ । ଫଳରେ ପରିବାର ଲୋକେ ଆସି ଯୁବକ ଜଣକୁ ଗାଳଗୁଲଜ କରି ଘରକୁ ନେଇଯାଇଥିବା ବେଳେ ନାବାଳିକା ଜଣକ ନିଜ ଘରକୁ ନ ଯାଇ ଆମ୍ବପୁଆରେ ଥିବା ଜଣେ ସାଙ୍ଗ ଘରକୁ ଚାଲଯାଇଥିଲେ । ନାୟକପଡାରେ ବୈଦ୍ୟନାଥ ସ୍ୱାମୀଙ୍କ ମନ୍ଦିର ଥିବାରୁ ସେଠାରେ ଜାଗର କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ତେଣୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କ ଯିବା ଆସିବାଥିବା ଦେଖି ନାବାଳିକା ଜଣକ ରାତି ୯ଟାରୁ ୧୦ମଧ୍ୟରେ ଆମ୍ବପୁଆରୁ ନିଜ ଘର ନାୟକପଡା ଯିବାକୁ ବାହାରିଥିଲେ । ନାୟକପଡା ରାସ୍ତା ଶ୍ମଶାନ ପାଖାପାଖି ହେଲାବେଳକୁ ତିନି/ଚାରି ଜଣ ଯୁବକ ତାଙ୍କୁ ଅଟକାଇ ମାଡ ମାରିଥିଲେ ବୋଲି ନାବାଳିକା ପ୍ରକାଶ କରିଛି । ଅଣ୍ଟା ସୂତାରେ ହାତ ଓ ଗୋଡକୁ ବାନ୍ଧିଲେ କାହିଁକି ଏ ନେଇ କିଛି ସ୍ୱଷ୍ଟ ସୂଚନା ମିଳିପାରିନି । ଫଳରେ ନାବାଳିକା ଜଣକ ଅଚେତ ହୋଇଯାଇଥିଲେ ଏବଂ ସେହି ସମୟରେ ଏକ ଅଟୋ ଆସିଯିବାରୁ ଯୁବକମାନେ ଚମ୍ପଟ ମାରିଥିଲେ। ପରେ ସେଠାରେ ସ୍ଥାନୀୟ ଲୋକେ ଜମାହୋଇ ୧୦୮ଆମ୍ବୁଲାନ୍ସ ଓ ନାବାଳିକା ପରିବାରକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସିବା ବେଳକୁ ନାବାଳିକା ଜଣକୁ ତା ପରିବାର ଲୋକେ ଘରକୁ ନେଇଯାଇଥିଲେ । ସେ ପର୍ଯ୍ୟନ୍ତ ନାବାଳିକାର ହୋସ୍ ଆସିନଥିବା ଜଣାପଡିଛି । ଆମ୍ବୁଲାନ୍ସ ଯୋଗେ ତାକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ଚେତା ଆସିଥିଲା ଏବଂ ଡାକ୍ତର ତାକୁ ଡିସଚାର୍ଜ କରିଥିଲେ । ଖବର ପାଇ ବେଲଗୁଣ୍ଠା ଥାନା ଏସଆଇ ପ୍ରକାଶ କୁମାର ସାହୁ ସେମାନଙ୍କ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିବା ସହ କିଛି ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ନାବାଳିକା ପରିବାର ତରଫରୁ କୌଣସି ଅଭିଯୋଗ ହୋଇନଥିବା ବେଳେ ଏ ପରି ସ୍ପର୍ଶକାତର ଘଟଣା ବେଲଗୁଣ୍ଠା ଅଞ୍ଚଳର ଚାଞ୍ଚଲ୍ୟ ଖେଳିଯିବା ସହ ନାବାଳିକା ସୁରକ୍ଷା ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ପୋଲିସ ତୁରନ୍ତ ଦୁର୍ବୁର୍ତ୍ତ ମାନଙ୍କୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି । ନାବାଳିକା ପରିବାର ତରଫରୁ ଥାନାରେ ଏତଲା ହୋଇନଥିବାରୁ କରନା ଅସ୍ୱଷ୍ଟ ରହିଛି ।

(ପିପିଟି- ସୁଶାନ୍ତ କୁମାର ବେହେରା। )

Comments (0)
Add Comment