ଅତ୍ୟଧିକ ଋଣ ଯୋଗୁଁ ବ୍ୟବସାୟୀଙ୍କ ଆତ୍ମହତ୍ୟା ।

ଭଞ୍ଜନଗର, ୨୫/୦୭(ପିପିଟି) :ଭଞ୍ଜନଗର ସହରର ଖାଲାସି ସାହିରେ ଷ୍ଟେସନାରୀ ଦୋକାନ କରିଥିବା ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ବ୍ରାହ୍ମଣ ସାହିର ସନ୍ତୋଷ କୁମାର ପାଢ଼ୀ (୫୬) ବର୍ଷ ବୋଲି ଜଣାପଡ଼ିଛି।ମୃତ ସନ୍ତୋଷ ଛକ ଉପରେ ଏକ ଦୋକାନ କରିଥିଲେ ମଧ୍ୟ ବ୍ୟବସାୟ ଆଶାନୁରୂପ ହେଉ ନଥିବା କାରଣରୁ ଅତ୍ୟଧିକ କରଜ କରିଥିଲେ।ଋଣ ବୋଝକୁ ନେଇ ସେ କିଛି ଦିନ ହେଲା ମାନସିକ ଚାପରେ ଥିବାରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସନ୍ତୋଷ ସବୁଦିନ ଭଳି ଆଜି ମଧ୍ୟ ନିଜ ଦୋକାନ ଖୋଲିଥିଲେ। ଅପରାହ୍ନ ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।ଘରେ କେହି ନଥିବା ସମୟରେ ହାଠାତ୍ ବାରିପଟ କୂଅରେ ଥିବା ରଶିକୁ ବେକରେ ଲଗେଇ କୂଅ ଭିତରକୁ ଝୁଲି ପଡ଼ିଥିଲେ।ଘର ଲୋକେ ଆସି ବହୁ ସମୟ ଖୋଜାଖୋଜି ପରେ କୂଅ ଭିତରେ ଝୁଲନ୍ତା ଅବସ୍ଥାରେ ସନ୍ତୋଷକୁ ଦେଖିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ କୂଅ ଭିତରୁ ଉଦ୍ଧାର କରିଥିଲେ।ଭଞ୍ଜନଗର ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment