ଅତିଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ଭଞ୍ଜନଗର ମେଡ଼ିକାଲ: ବିଧାୟକ ।

ଭଞ୍ଜନଗର, ୧୫/୦୧(ପିପିଟି):ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଆଜି ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।ମେଡ଼ିକାଲ ଅଧିକ୍ଷକ ଡ଼ା. ସୀତାଂଶୁ ଶେଖର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ସତ୍ୟ ରଞ୍ଜନ ପରିଡ଼ା ମଞ୍ଚରେ ଉପସ୍ଥିତ ଥିଲେ।ମେଡ଼ିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଏଥିରେ ସଂଯୋଜନା କରିଥିଲେ।ଗତ ୧୬ଡିସେମ୍ବର ୨୦୨୦ପରେ ଆଜି ପ୍ରଥମ ବୈଠକରେ ମେଡ଼ିକାଲ ଅଧିକ୍ଷକ ଶ୍ରୀ ଶତପଥୀ ରୋଗୀଙ୍କ ସୁବିଧା ଦୃଷ୍ଟିରୁ ଡାକ୍ତର ଓ କର୍ମଚାରୀ ଅଭାବ,ସରକାରୀ ବାସଭବନ ନିର୍ମାଣ, ଆଲୋକ, ପରିମଳ ଓ ସ୍ୱତନ୍ତ୍ର ଜଳଯୋଗାଣ ବ୍ୟବସ୍ଥା,ଲୋକଙ୍କ ପାଇଁ ସେଡ଼,ରେମ୍ପ ନିର୍ମାଣ, ରକ୍ତ ଭଣ୍ଡାରରେ ଫ୍ରିଜର ଆବଶ୍ୟକତା ଆଦି ୨୫ଗୋଟି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ।ନୂତନ ଫ୍ରିଜର କ୍ରୟ ନିମନ୍ତେ ବିଧାୟକ ୭ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିବା ସହ ଅତିଶୀଘ୍ର ଏହା ଜିଲ୍ଲା ଚିକିତ୍ସାଳୟ ମାନ୍ୟତା ପାଇବ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ନକ୍ସା ପ୍ରସ୍ତୁତ କରିବା ସହ ଚଳିତ ମାସରେ ଭଞ୍ଜନଗର ମେଡ଼ିକାଲ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ସହିତ ସମସ୍ତେ ମିଶି ଏହି ମେଡ଼ିକାଲର ଉନ୍ନତିରେ ସହଯୋଗ କରିଥିଲେ ବିଧାୟକ ଆହ୍ୱାନ ଦେଇଥିଲେ।ଆଜି ନୂତନ ୫ଜଣ ସଦସ୍ୟଙ୍କୁ ଏହି କମିଟିରେ ସାମିଲ କରାଯାଇଛି। ଏଥିରେ ଏନଏସି ଇଓ ମୁରଲୀ କୃଷ୍ଣ ପଣ୍ଡା, ସିଡ଼ିପିଓ ମିଲିମା କୁମାରୀ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ,ମେଡ଼ିକାଲ କର୍ମଚାରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment