ଅତିଥି ହୋଇ ସ୍କୁଲ ପ୍ରକଳ୍ପ ଉଦ୍‌ଘାଟନ କଲେ ଛାତ୍ରୀ ।

ଉଲୁଣ୍ଡା,୨୧/୦୫(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସତକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରୀ ନିଜ ସ୍କୁଲର ଏକ ପ୍ରକଳ୍ପର ଉଦଘାଟନ କରିବା ପରି ଏକ ନିଆରା ଘଟଣା ଅଞ୍ଚଳରେ ଏକ ନୂତନ ପରମ୍ପରା ସୃଷ୍ଟି କରିଛି। ସୂଚନା ଅନୁସାରେ ସହରର ପଞ୍ଚାୟତ ସମିତି ବାଳିକା ହାଇସ୍କୁଲର ‘ମୋ ସ୍କୁଲ ଅଭଯାନ’ ଦ୍ବାରା ନିର୍ମିତ ‘ୱାଟର ଫାଉଣ୍ଟେନ୍‌’ ପ୍ରକଳ୍ପ କୁ ଛାତ୍ରୀ ବିଶ୍ବରୁପା ସାହୁ ଉଦ୍‌ଘାଟନ କରିଛନ୍ତି । କୁମାରୀ ସାହୁ ଏବେ ସଦ୍ଯ ପ୍ରକାଶିତ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ୯୨.୫୦ ପ୍ରତିଶତ ନମ୍ବର ଆଣି ଏହି ଉପଖଣ୍ଡରେ ଟପ୍ପର ହୋଇଥିବାରୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ଯରେ ଏପରି କରାଯାଇ ଥିବା କୁହାଯାଇଛି । ପୂର୍ବରୁ ବହୁବାର ଜିଲ୍ଲା ତଥା ରାଜ୍ୟସ୍ତରୀୟ ବକ୍ତୃତା ଓ କୁଇଜ ପ୍ରତିଯୋଗିତାରେ ବିଶ୍ୱରପା ପ୍ରଥମ ହୋଇଥିବାବେଳେ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଆଜି ଯାଏଁ ବିଦ୍ୟାଳୟର ଏକମାତ୍ର ସର୍ବାଧିକ ନମ୍ବର ରଖିଥିବା କୈାଣସି ଛାତ୍ରୀ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଭାବେ ବିଶ୍ଵରୂପାଙ୍କୁ ବିଦ୍ୟାଳୟକୁ ଅଣାଯାଇ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଅନିତାରାଣି ହୋତା,ସରକାରୀ ଶିକ୍ଷୟିତ୍ରୀ ନମିତା ଡାଙ୍ଗ,ଏସ.ଏସ ପ୍ରିୟଦର୍ଶିନୀ, ଅରୁନ୍ଧତୀ ମଲ୍ଲିକ, ଆନନ୍ଦ ଦାୟିନୀ ସିଂ,ଭୂମିସୂତା ଜଗଦଲା, ରାଜେନ୍ଦ୍ର ସାହୁ, ରବିନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment