ଅଟୋ ସହ ଲୁନା ଧକ୍କାରେ ୫ଆହତ ।

ଭଞ୍ଜନଗର,୨୨/୦୪(ପିପିଟି); ଭଞ୍ଜନଗର ଥାନା ଅଧୀନ ବାଉଁଶୁଲୁଣ୍ଡି ବାଇବାସ୍ ଛକ ନିକଟରେ ଏକ ଅଟୋ ସହ ମୋପେଡ଼ ଧକ୍କା ହେବା ଫଳରେ ମୋପେଡ଼ ଚାଳକଙ୍କ ସମେତ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ଏଥିରେ ମୋପେଡ଼ ଚାଳକ ଖାଲାସି ସାହିର ମଧୂସୁଦନ ବେହେରା(୩୯)ର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅଟୋ ଚାଳକ ବିକାଶ ମଲ୍ଲିକ୍ ଜାମପଲ୍ଲୀ କନ୍ଧସାହିର ରୀତା ମଲ୍ଲିକ୍(୫୦), ସୁନାନାଖୀ ମଲ୍ଲିକ୍(୭୦) ଏବଂ କାଞ୍ଚନ ପ୍ରଧାନ(୩୦) ଗୁରତର ଭାବେ ଆହାତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଜାମପଲ୍ଲୀ କନ୍ଧ ସାହିର କିଛି ମହିଳା ପଞ୍ଚାୟତ କାର୍ଯ୍ୟାଳୟକୁ ଅଟୋରେ ଚାଉଳ ଆଣିବା ପାଇଁ ଯାଉଥିବା ବେଳେ ବାଇପାସ୍ ଛକ ନିକଟରେ ଅଟୋ ଚାଳକଙ୍କ ମୁହଁ ବୁଲାଇବାରୁ ଭାରସାମ୍ୟ ହରାଇ ଡାହଣ ପଟକୁ ପଳାଇଯାଇଥିଲା। ସେହି ସମୟରେ ମଧୁସୂଦନ ଖୀର ବିକ୍ରି କରି ଫେରୁଥିବା ବେଳେ ତାଙ୍କ ମେପେଡ୍କୁ ସହ ଅଟୋ ଧକ୍କା ଦେଇଥିଲେ । ଅଟୋଟି ରାସ୍ତା ଉପରେ ଓଲଟି ପଡିଥିଲା। ଯାହା ଫଳରେ ମଧୁସୂଦନଙ୍କ ସହିତ ଅଟୋରେ ବସିଥିବା ମହିଳା ମାନେ ଗୁରୁତର ଭାବେ ଆହାତ ହୋଇଥିଲେ। ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ଆହାତ ମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment