ଅଟୋ ସହ ଗଞ୍ଜେଇ ଜବତ; ୫ଗିରଫ ।

ଭଞ୍ଜନଗର,୦୧/୦୪(ପିପିଟି); ଭଞ୍ଜନଗର ପୋଲିସ ଓ ଅବକାରୀ ବିଭାଗ ଗତ କିଛିଦିନ ହେବ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରା ଗଞ୍ଜେଇ ଚାଲାଣ କରୁଥିବା ବହୁ ମାଫିଆ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣରେ ଗଞ୍ଜେଇ ମଧ୍ୟ ଜବତ କରିବାରେ ସକ୍ଷମ ହୋଇଛି।ହେଲେ ମଧ୍ୟ ପ୍ରତିଦିନ କିଛି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ସେହିପରି ବୁଧବାର ସନ୍ଧ୍ୟା ୭ଟା ସମୟରେ ଭଞ୍ଜନଗର ଥାନା ଏସ.ଆଇ ସମୀର କୁମାର ବେହେରା ଅନ୍ୟ ପୋଲିସ କର୍ମଚାରୀଙ୍କ ସହ କଇଣ୍ଡି ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଡ଼କୋଦଣ୍ଡା ଛକରେ ୫ଜଣ ବ୍ୟକ୍ତି ଏକ ଅଟୋ ନଂ ଓ.ଡ଼ି ୧୨-ସି ୨୧୪୧ରେ ୨ଟି ପ୍ଲାଷ୍ଟିକ ବ୍ୟାଗରେ ଗଞ୍ଜେଇ ନେଇ ବଡ଼ କୋଦଣ୍ଡା ରାସ୍ତାରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ବ୍ୟାଗର ତଲାସୀ ନେବାରେ ସେଥିରୁ ୩୦.୬୪୦ଗ୍ରାମ ଗଞ୍ଜେଇ ଜବତ କରିଛି।ସେମାନେ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମନୁଆ ବାଡ଼ି ଗ୍ରାମର ଲିପୁନ ଦିଗାଲ(୨୦),ସୀମାଞ୍ଚଳ ଦେହୁରୀ(୨୫),ସାରଙ୍ଗଗଡ ଥାନା ମୁଣ୍ଡା ସାହିର ଅନୀଲ ପ୍ରଧାନ(୨୧),ସେହି ଥାନା କେଲାବାଲି ର ମଣ୍ଟୁ ଦିଗାଲ(୨୮) ଓ ଅନ୍ୟ ଜଣେ ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଓସ୍ତା ସାହିର ପ୍ରଦୀପ କୁମାର ପ୍ରଧାନ(୩୦) ବୋଲି ଜଣାପଡ଼ିଛି।ପୋଲିସ ଉକ୍ତ ଅଟୋକୁ ଜବତ କରିଛି।ଅଭିଯୁକ୍ତ ମାନେ ଫୁଲବାଣି ରୁ ଭଞ୍ଜନଗର ବ୍ୟବସାୟ ଉଦ୍ଦେଶ୍ୟରେ ଗଞ୍ଜେଇ ଆଣୁଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment