ଅଟୋ-ବାଇକ ମୁହାଁମୁହିଁ ଧକ୍କା ; ଦୁଇ ଭାଇ ଗୁରୁତର ।

ଅଟୋ-ବାଇକ ମୁହାଁମୁହିଁ ଧକ୍କା ; ଦୁଇ ଭାଇ ଗୁରୁତର ।

ଭଞ୍ଜନଗର,୦୩/୧୨(ପିପିଟି) : ଭଞ୍ଜନଗର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେ  ଆଜି ରାତ୍ର ୮ଘଣ୍ଟ ସମୟରେ ଏକ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଯାଉଥିବା ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଲଣ୍ଡେଇ ସାହିର ସନ୍ତୋଷ ସ୍ବାଇଁ (୪୬) ଓ ମିଟୁ ସ୍ବାଇଁ (୪୪) । ଉଭୟ ଭାଇ ଲଣ୍ଡେଇସାହିରୁ ବାଇକରେ କୌଣସି କାମରେ ଭଞ୍ଜନଗର ଆସୁଥିବା ବେଳେ ଅଟୋଟି ଭଞ୍ଜନଗରରୁ ଭେଜିପୁଟ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।ଉକ୍ତ ସ୍ଥାନରେ ଉଭୟ ଗାଡି ଧକ୍କା ଯୋଗୁଁ ଦୁଇ ଭାଇ ଗୁରୁତର ଆହତ ହୋଇଥିବା ବେଳେ ଅଟୋଟି ଦୁର୍ଘଟଣାରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଗୁରୁତର ଦ୍ୱୟଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ଅଟୋ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment